OSSC କାର୍ଯ୍ୟାଳୟ ଘେରାଉ କଲେ LTR ଆଶାୟୀ ସଂସ୍କୃତ ଶିକ୍ଷକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର OSSC କାର୍ଯ୍ୟାଳୟ ଘେରାଉ କଲେ LTR ଆଶାୟୀ ସଂସ୍କୃତ ଶିକ୍ଷକ। ତୁରନ୍ତ ରେଜଲ୍ଟ ବାହାର କରି ନିଯୁକ୍ତି ଦେବାକୁ ଦାବି କରିଛନ୍ତି ଏହି ଶିକ୍ଷକ। ନଚେତ୍ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି LTR ଆଶାୟୀ ସଂସ୍କୃତ ଶିକ୍ଷକ।

ଗତ ମେ ୧୭ ତାରିଖରେ ୭୨୯ ଲିଭ୍ ଟ୍ରେନିଂ ରିଜର୍ଭ ଟିଚର-LTR ପାଇଁ ୫ହଜାର ଆଶାୟୀ ପରୀକ୍ଷା ଦେଇଥିଲେ । ଏହାସହ ବିଜ୍ଞାନ ଶିକ୍ଷକ ପଦବୀ ପାଇଁ ମଧ୍ୟ ପରୀକ୍ଷା ହୋଇଥିଲା। ବିଜ୍ଞାନ ଶିକ୍ଷକଙ୍କ ରେଜଲ୍ଟ ବାହାରି ଡକ୍ୟୁମେଣ୍ଟ ଭେରିଫିକେସନ ହେବା ସହ ନିଯୁକ୍ତି ପାଇଁ ଘୋଷଣା ହୋଇସାରିଲାଣି। ହେଲେ ଏପର୍ଯ୍ୟନ୍ତ ସଂସ୍କୃତ ଶିକ୍ଷକ ଆଶାୟୀଙ୍କ ରେଜଲ୍ଟ ବାହାରିନି। ପ୍ରତିବାଦରେ ଆଜି OSSC କାର୍ଯ୍ୟାଳୟ ଘେରିଛନ୍ତି ଆଶାୟୀ ଶିକ୍ଷକ।

Leave A Reply

Your email address will not be published.