ମସ୍କୋ: ଆମେରିକାକୁ ଋଷର ନାଲି ଆଖି। କାରଣ ଆମେରିକା ପରେ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ କଲା ରୁଷିଆ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମ୍ପ୍ରତି ପରମାଣୁ ପରୀକ୍ଷଣ ବିଷୟରେ କହିଥିଲେ, କିନ୍ତୁ ଏବେ ରୁଷିଆ ଏକ ପରମାଣୁ ପରୀକ୍ଷଣ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଶନିବାର କହିଛନ୍ତି, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶରେ ରୁଷିଆର ପରମାଣୁ ପରୀକ୍ଷଣ ପାଇଁ ଏକ ପ୍ରସ୍ତାବ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି।
ଲାଭରୋଭ କହିଛନ୍ତି, ରାଷ୍ଟ୍ରପତି ପୁଟିନଙ୍କ ନିର୍ଦ୍ଦେଶକୁ ନଭେମ୍ବର ୫ ତାରିଖରେ ସୁରକ୍ଷା ପରିଷଦ ବୈଠକରେ କାର୍ଯ୍ୟକାରୀ କରିବା ପାଇଁ ଗ୍ରହଣ କରାଯାଇଥିଲା ଏବଂ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଗତ ସପ୍ତାହରେ ୱାଶିଂଟନ ପକ୍ଷରୁ ପରମାଣୁ ପରୀକ୍ଷଣ ପୁଣି ଆରମ୍ଭ କରାଯିବ ବୋଲି ଘୋଷଣା ପରେ ଏହି ପଦକ୍ଷେପ ନିଆଯାଇଛି। ଯାହା ଦୁଇ ପରମାଣୁ ଶକ୍ତିଶାଳୀ ଦେଶ ଆମେରିକା ଏବଂ ରୁଷିଆ ମଧ୍ୟରେ ଜାରି ରହିଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କକୁ ଆହୁରି ଜଟିଳ କରିଦେଇଛି।