ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟ ଖବର ଗୁଜବ, ଖଣ୍ଡନ କଲେ ଇଶା

ମୁମ୍ବାଇ: ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟ ଖବର ଗୁଜବ। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ମଧ୍ୟରେ ଅଭିନେତାଙ୍କ ଝିଅ ଈଶା ଦେଓଲଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଇଶା କହିଛନ୍ତି ଯେ, ତାଙ୍କ ବାପାଙ୍କ ଅବସ୍ଥା ସ୍ଥିର ଅଛି। ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରିତ ହେଉଛି। ସେ ଏହା ମଧ୍ୟ କହିଛନ୍ତି, ତାଙ୍କ ବାପାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଛି।

ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା, ଯାହା ଫଳରେ ପରିବାର ସଦସ୍ୟମାନେ ତାଙ୍କୁ ଜଣ ଜଣ କରି ଦେଖା କରିବାକୁ ଆସିଥିଲେ। ୮୯ ବର୍ଷୀୟ ଧର୍ମେନ୍ଦ୍ରଙ୍କୁ ତାଙ୍କ ପିତା ବୋଲି ମାନିଥିବା ସଲମାନ ଖାନ ମଧ୍ୟ ଗତକାଲି ସନ୍ଧ୍ୟାରେ ହସ୍ପିଟାଲକୁ ଯାଇଥିଲେ।

ଶାହରୁଖ ଖାନ ମଧ୍ୟ ତାଙ୍କ ପୁଅ ଆର୍ଯ୍ୟାନଙ୍କ ସହିତ ଧର୍ମେନ୍ଦ୍ରଙ୍କୁ ଭେଟିଥିଲେ। ହେମା ମାଳିନୀ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଭେଟିଥିଲେ। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ପ୍ରସାରିତ ହେବା ମାତ୍ରେ ଝିଅ ଇଶା ତୁରନ୍ତ ତାଙ୍କ ଅଫିସିଆଲ୍ ସୋସିଆଲ ମିଡିଆ ପେଜରେ ଏହି ରିପୋର୍ଟକୁ ଖଣ୍ଡନ କରିଥିଲେ। ଏଶା ତାଙ୍କ ବାପାଙ୍କ ବହୁତ ନିକଟତର। ତଥାପି, ଧର୍ମେନ୍ଦ୍ରଙ୍କୁ ପରୀକ୍ଷା କରୁଥିବା ଡାକ୍ତର ଦଳ ମଧ୍ୟ ଏକ ପୋଷ୍ଟ ମାଧ୍ୟମରେ ନିଶ୍ଚିତ କରିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ଅବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି ଏବଂ ସେ ସୁସ୍ଥ ହେଉଛନ୍ତି।

Leave A Reply

Your email address will not be published.