ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ଭୁଟାନ ଗସ୍ତରୁ ଫେରିଛନ୍ତି। ଦିଲ୍ଲୀରେ ଅବତରଣ କରିବା ପରେ ପ୍ରଥମେ ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରିଥିଲେ । ସେ ଦିଲ୍ଲୀ ବୋମା ବିସ୍ଫୋରଣର ପୀଡିତମାନଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଆହତମାନଙ୍କୁ ଭେଟି ସେମାନଙ୍କ ସହିତ କଥା ହେବା ସହ ପୀଡ଼ିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସେ ଡାକ୍ତରଙ୍କ ଏକ ଦଳ ସହିତ ମଧ୍ୟ ସାକ୍ଷାତ କରିଥିଲେ।
ହସ୍ପିଟାଲରେ ଆହତମାନଙ୍କୁ ଭେଟିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ କହିଛନ୍ତି ଯେ ଷଡ଼ଯନ୍ତ୍ରର ଅପରାଧୀମାନଙ୍କୁ ଛଡ଼ାଯିବ ନାହିଁ।
ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଦିଲ୍ଲୀ ପୋଲିସ UAPAର ଧାରା ୧୬ ଏବଂ ୧୮, ବିସ୍ଫୋରକ ଆଇନ ଏବଂ BNS ର ଧାରା ଅନୁଯାୟୀ କୋତୱାଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛି। ସମ୍ପୂର୍ଣ୍ଣ ମାମଲାର ତଦନ୍ତ NIA କୁ ହସ୍ତାନ୍ତର କରାଯାଇଛି।