ଭୁବନେଶ୍ୱର: ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ଚମତ୍କାର ବିଜୟ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି।

ବିହାର ବିଜୟ ପରେ ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏହି ସମୟରେ ଧର୍ମେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଯାଉଛନ୍ତି। ସେ ଏହି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜା କରିବା ପାଇଁ ପୁରୀ ଗସ୍ତ କରିବା ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଭଦ୍ରକ ଜିଲ୍ଲାର ଧାମନଗରରେ କିଛି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି।

Leave A Reply

Your email address will not be published.