ଶ୍ରୀମନ୍ଦିର ଗଲେ ଭାଙ୍ଗିଯାଏ ପ୍ରେମ ସମ୍ପର୍କ; ଏମିତି କହି ବିବାଦରେ ୟୁଟ୍ୟୁବର ଶୁଭଙ୍କର ମିଶ୍ର…

ଭୁବନେଶ୍ୱର: କୋଟି ଓଡ଼ିଆଙ୍କ ମଉଡ଼ମଣୀ ଓ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ବର୍ତ୍ତମାନ ମହାବାହୁଙ୍କ ଶ୍ରୀମନ୍ଦିରକୁ ନେଇ ସୋସିଆଲ୍ ମିଡିଆରେ ଭୁଲ୍ ତଥ୍ୟ ଉପସ୍ଥାପନ କରାଯାଇଛି । ଯାହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି । କାରଣ କୁଆଡେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଅଭିଶାପ ରହିଛି। ଆଉ ଏହିପରି ତଥ୍ୟ ଉପସ୍ଥାପନ କରିଛନ୍ତି ସାମ୍ବାଦିକରୁ ୟୁଟ୍ୟୁବର ପାଲଟିଥିବା ଶୁଭଙ୍କର ମିଶ୍ର। ଯାହା ସେ ବିବାଦ ଘେରରେ ଫସି ଯାଇଛନ୍ତି ।

ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଅବିବାହିତ ପ୍ରେମୀ ଯୁଗଳଙ୍କ ସମ୍ପର୍କ ଭାଙ୍ଗିଯାଏ କିମ୍ବା ସେମାନଙ୍କ ବିବାହରେ ସମସ୍ୟା ଉପୁଜିଥାଏ। ଏକ ଭିଡିଓରେ ଏହି ଭଳି କହିଥିଲେ ଶୁଭଙ୍କର। ତେବେ ଏହି ଅଭିଶାପ ରାଧା ରାଣୀ ଦେଇଥିବା ନେଇ ସେ କହିଛନ୍ତି।

ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରଭୁ ଜଗନ୍ନାଥ ଅବତାର ଦେଖିବା ପାଇଁ ରାଧା ରାଣୀଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ସେବକମାନେ ମନା କରିଥିଲେ। ଏପରିକି ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି ବୋଲି କହିଥିଲେ। ଯାହାକୁ ନେଇ ରାଧା ରାଣୀ କ୍ରୋଧରେ ଏହି ଅଭିଶାପ ଦେଇଥିବା ଶୁଭଙ୍କର କହିଥିଲେ।

ତେବେ ବର୍ତ୍ତମାନ ତାଙ୍କର ଏହି ମନ୍ତକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଏବଂ ମନ୍ଦିର ସେବକମାନେ ଏହି ମନ୍ତବ୍ୟକୁ ଭ୍ରାମକ ଏବଂ ଅସମ୍ମାନଜନକ ବୋଲି କହି ନିନ୍ଦା କରୁଛନ୍ତି। ଏହିପରି ବକ୍ତବ୍ୟ ଦ୍ଵାରା  ତୀର୍ଥଯାତ୍ରୀ ଏବଂ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଏହା ଅନାବଶ୍ୟକ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ ବୋଲି ସେମାନେ ଦାବି କରିଛନ୍ତି। ଅପରପକ୍ଷରେ ଏହି ଭିଡିଓ ପାଇଁ ଭକ୍ତ ଏବଂ ୟୁଜର୍ସ ମାନେ ଶୁଭଙ୍କରଙ୍କର ସ୍ପଷ୍ଟୀକରଣ ମଧ୍ୟ ଦାବି କରିଛନ୍ତି।

Leave A Reply

Your email address will not be published.