କାହାର ବଧୂ ସାଜିଲେ ଅଭିନେତ୍ରୀ ସାମନ୍ଥା ରୁଥ୍, ଫଟୋ ଭାଇରାଲ…

ଚେନ୍ନାଇ: ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ରର ପ୍ରାୟ ଚାରି ବର୍ଷ ପରେ ସାମନ୍ଥା ରୁଥ୍ ପ୍ରଭୁ ନିଜ ଜୀବନର ନୂଆ ଆରମ୍ଭ କରିଛନ୍ତି।

ସେ ଡିସେମ୍ବର ୧ ତାରିଖ ସୋମବାର ଦିନ ରାଜ ନଦିମୋରୁଙ୍କୁ ବିବାହ କରିଥିବା ନେଇ ରିପୋର୍ଟରୁ ଜଣାପଡିଛି। ସାମନ୍ଥା ଏବଂ ରାଜ ନଦିମୋରୁ ଦୀର୍ଘ ଦିନ ଧରି ଡେଟିଂ କରି ଆସୁଥିବାର ଚର୍ଚ୍ଚା ହେଉଥିଲା। ଆଉ ଏବେ ସେ ନିଜ ଇନଷ୍ଟାଗ୍ରାମରେ ଏକ ଫୋଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ବଧୂ ବେଶର ଫୋଟୋ ସେୟାର କରି ୧ ଡିସେମ୍ବର ୨୦୨୫ ତାରିଖର କ୍ୟାପସନ ଦେଇଛନ୍ତି। ଫଟୋରେ ସେ ଲାଲ ଶାଢ଼ୀ ପିନ୍ଧି ମଥାରେ ସିନ୍ଦୂର ଲଗାଇଥିବାର ନଜର ଆସିଛନ୍ତି। ଏପରିକି ସାମନ୍ଥା ଏବଂ ରାଜ ଅଗ୍ନିକୁ ସାକ୍ଷୀ ରଖି ରୀତିନୀତି ଅନୁଯାୟୀ ଏକ ମନ୍ଦିରରେ ବିବାହ ସମାପ୍ତ କରୁଥିବାର ନଜର ଆସିଥିଲେ।

ସେହିପରି ଅନ୍ୟ ଏକ ଫଟୋରେ ରାଜ ତାଙ୍କ ବଧୂ ସାମନ୍ଥାଙ୍କୁ ଏକ ମୁଦି ପିନ୍ଧାଉଥିବାର ମଧ୍ୟ ନଜର ଆସିଛନ୍ତି।

Leave A Reply

Your email address will not be published.