‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ବର: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉତ୍ତର ରଖି କହିଲେ ଅସ୍ମିତା ବି ମୁଁ ପଣ, ଅହଂଜ୍ଞାନ, ମୁଁ ଭାବ, ମୁଁ ଅଛି- ଏହି ଭାବ, ଆତ୍ମ ପରିଚିତି ।

ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ କରିବା, ଓଡ଼ିଶାର କଳା, ସ୍ଥାପତ୍ୟ, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟର ପ୍ରଚାର ପ୍ରସାରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ୨୦୦କୋଟି ଟଙ୍କାର ଓଡ଼ିଆ ଅସ୍ମିତା ନିମନ୍ତେ ସ୍ବତନ୍ତ୍ର ପାଣ୍ଠି ଗଠନ କରାଯାଇଛି।

ରାଜ୍ୟରେ ଓଡ଼ିଆ ଅସ୍ମିତା ଭବନ ନିର୍ମାଣ ନିମନ୍ତେ ସରକାରଙ୍କ ସଦୟ ଅନୁମୋଦନ କ୍ରମେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଂ (OB&CC) ଦ୍ବାରା ଏ ସଂକ୍ରାନ୍ତରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରଶ୍ନ କରିଥିଲେ “ଓଡ଼ିଆ ଅସ୍ମିତା”ର କହିଲେ କ’ଣ ବୁଝନ୍ତି, ଓଡ଼ିଆ ଅସ୍ମିତା ପାଇଁ ଗତ ଦେଢ଼ ବର୍ଷରେ କେତେ ଟଙ୍କା ଆବଣ୍ଟିତ ହୋଇଛି ଏବଂ ଏହି ଟଙ୍କା କେଉଁ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ‘ଓଡ଼ିଆ ଅସ୍ମିତା’ ପାଇଁ ଆଗାମୀ କାର୍ଯ୍ୟପନ୍ଥା ଅବା ଯୋଜନା କ’ଣ ରହିଛି ?

Leave A Reply

Your email address will not be published.