ଚାଇନା ଅର୍ଥବ୍ୟବସ୍ଥା ଏକ ବୋମା ପରି : ବାଇଡେନ୍‌

ଓ୍ବାଶିଂଟନ୍‌,୧୧।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ଅର୍ଥନୀତିକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଚାଇନା ଅର୍ଥନୀତି ଏକ ଚାଲୁ ବୋମା ପରି, ଯାହା ଯେକୌଣସି ସମୟରେ ବିସ୍ଫୋରଣ ହୋଇପାରେ ବୋଲି ବାଇଡେନ କହିଛନ୍ତି। ଚାଇନାର ମନ୍ଥର ଅର୍ଥନୈତିକ ଅଭିବୃଦ୍ଧି ହାରକୁ ନଜରରେ ରଖି ସେ ଏପରି କହିଛନ୍ତି। ଆମେରିକାର ୟୁଟାରେ ଏକ ଇଭେଣ୍ଟ ସମୟରେ ବାଇଡେନ କହିଛନ୍ତି,ସେମାନଙ୍କର (ଚାଇନା) କିଛି ସମସ୍ୟା ରହିଛି, ଯାହା ସେମାନଙ୍କ ପାଇଁ ଭଲ ନୁହେଁ। ଯେତେବେଳେ ଖରାପ ଲୋକମାନଙ୍କ ସହିତ ସମସ୍ୟା ଥାଏ, ସେମାନେ କେବଳ ଖରାପ କାମ କରନ୍ତି। ଆମେ ଚାଇନାକୁ ଅସୁବିଧାରେ ପକାଇବାକୁ ଚାହୁଁନାହଁୁନାହୁଁ ଏବଂ ସେମାନଙ୍କ ସହ ଯୁକ୍ତିଯୁକ୍ତ ସମ୍ପର୍କ ରଖିବାକୁ ଚାହୁଁଛୁ।
ସୂଚନାଯୋଗ୍ୟ, ଚାଇନାର ଉପଭୋକ୍ତା କ୍ଷେତ୍ର ଅବନତିର ଶିକାର ହୋଇଛି। ଜୁଲାଇରୁ କାରଖାନା ଗେଟ ମୂଲ୍ୟ ମଧ୍ୟ ହ୍ରାସ ପାଉଛି। ସ୍ଥିର ଗ୍ରାହକ ମୂଲ୍ୟ ଏବଂ ମଜୁରୀ ଯୋଗୁ ଚାଇନାର ଅଭିବୃଦ୍ଧି ହାର ମନ୍ଥର ହୋଇପାରେ। କରୋନା ପରେ ଚାଇନାରେ ଘରୋଇ ଖର୍ଚ୍ଚ ହ୍ରାସ ସେଠାରେ ଥିବା ଆର୍ଥିକ ବିକାଶକୁ ପ୍ରଭାବିତ କରୁଛି। ମହାମାରୀର ପ୍ରଥମ ଦିନରୁ ଚାଇନା ରପ୍ତାନିରେ ତୀବ୍ର ହ୍ରାସର ସମ୍ମୁଖୀନ ହୋଇଥିବାବେଳେ ଘରୋଇ ତଥା ବିଶ୍ୱର ଚାହିଦା ହ୍ରାସ ହେତୁ ଆମଦାନୀ ମଧ୍ୟ ହ୍ରାସ ପାଇଛି।

Leave A Reply

Your email address will not be published.