ପୁଣି ଆସୁଛି ‘ପବିତ୍ର ରିସ୍ତା’, ରାଗିଗଲେ ଏକତା କପୂର

ମୁମ୍ବାଇ: ଭାରତୀୟ ଟେଲିଭିଜନ ଜଗତରେ ଆରମ୍ଭ ହୋଇଛି  ଏକ ବିରାଟ ଯୁଦ୍ଧ । ଏଥର ଜୀ ଟିଭିର ଏକ ପପୁଲାର ଶୋ ‘ପବିତ୍ର ରିସ୍ତା’ ଟାର୍ଗେଟରେ ଅଛି। ଅନେକ ବର୍ଷ ଧରି ଦର୍ଶକଙ୍କ ଭଲ ପାଇବା ସାଉଁଟିଥିବା ଏହି ଶୋ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଅର୍ଚ୍ଚନା, ମାନବଙ୍କ କ୍ୟାରେକ୍ଟରକୁ ଲୋକ ବେଶ୍ ପସନ୍ଦ କରିଥିଲେ ଆଜି ବି ଏହି ଚରିତ୍ର ଗୁଡ଼ିକ ଲୋକଙ୍କ ମନରେ ଅଛି । ତେବେ ପୁଣି ଆସିବାକୁ ଯାଉଛି ପବିତ୍ର ରିସ୍ତା । ଏହି  ଶୋ’ର ଶୀର୍ଷକ ଘୋଷଣା ହେବା ମାତ୍ରେ ଏକତା କପୁରଙ୍କ ରାଗ ବଢ଼ିଗଲା। ନୂଆ ଷ୍ଟାରଙ୍କୁ ନେଇ ପୁଣି ଜି ଟିଭିରେ ଆସିବାକୁ ଯାଉଛି  ପବିତ୍ର ରିସ୍ତା । ଏହି ଖବର ପରେ ରାଗିଯାଇଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଏକତା କପୂର । ତାଙ୍କ ଶୋ ର ନାମ କୁ ପୁଣି ଥରେ ବ୍ୟବାହାର କରି ଆଉ ଏକ ପ୍ରୋଜେକ୍ଟ ତିଆରି ହେଉଛି କିନ୍ତୁ ତାଙ୍କୁ ଏ ବିଷୟରେ କିଛି ଜଣାଯାଇନାହିଁ । ଏହି କାରଣରୁ ରାଗିଯାଇଛନ୍ତି ଏକତା । ସେ ସୋସିଆଲ ମିଡିଆରେ ନିର୍ମାତାଙ୍କୁ ସ୍ପଷ୍ଟ ଭାବରେ ଭର୍ତ୍ସନା କରି ଏହି ପଦକ୍ଷେପକୁ ନୈତିକତାର ଅଭାବ ବୋଲି କହିଛନ୍ତି ।

ଏକତା କପୂର ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରି ଲେଖିଛନ୍ତି, ‘ଯେତେବେଳେ ଆପଣ ନିଜର ଏକ ନୂତନ ପ୍ରୋଗ୍ରାମ କରିପାରୁନାହାନ୍ତି   ସେତେବେଳେ ଆପଣ ଅନ୍ୟ ଜଣେ ନିର୍ମାତାଙ୍କ ପୂର୍ବ ପ୍ରୋଜାକ୍ଟ ଉପରେ ନିର୍ଭର କରନ୍ତି। ଯଦି କିଛି ନୂଆ ଚିନ୍ତାଧାରା ଆସୁନାହିଁ ତେବେ କ’ଣ ପାଇଁ ନିଜକୁ ନିର୍ମାତା କହୁଛ ଏବଂ କପି କରୁଛ?  ମୋ ଶୋ କୁ ଚୋରି କରି ନିଜର ପ୍ରୋଜେକ୍ଟରେ ସାମିଲ କରି ଟଙ୍କା ରୋଜଗାର କରିବା କେତେ ଦୁର ଠିକ୍ । ଏକ ପୁରୁଣା କଲ୍ଟ ଶୋ’ର ନାମ ବ୍ୟବହାର କରିବା ନୂତନ ନିର୍ମାତାଙ୍କର ଏକ ଦୁର୍ବଳତା। ତେବେ ଏପରି କିଛି କହି ଏକତା କପୂର ନିର୍ମାତାଙ୍କ ଉପରେ ବର୍ଷିଛନ୍ତି । ଦିର୍ଘ୧୫ ବର୍ଷ ପୂର୍ବେ ସୁଶାନ୍ତ ସିଂହ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ସହିତ  ଏକତା ତିଆରି କରିଥିବା ଏହି ଶୋ ବେଶ ଚହଳ ସୃଷ୍ଟି କରିଥିଲା । 

ତେବେ ଏକତାଙ୍କ ପ୍ରଶ୍ନର ଉତ୍ତରରେ ଚ୍ୟାନେଲ ତରଫରୁ କୁହାଯାିଛି ଯେ  ଏକ ପ୍ରଡକ୍ସନ ହାଉସ୍ ଏକ ଚ୍ୟାନେଲ ପାଇଁ ଏକ ଶୋ’ ତିଆରି କରେ, ଶୋ’ର ନାମ ଏବଂ ବିଷୟବସ୍ତୁର  ପ୍ରାୟତଃ ଚୁକ୍ତି ଅନୁଯାୟୀ ଚ୍ୟାନେଲକୁ ସ୍ଥାନାନ୍ତରିତ ହୁଏ। ଏହି କାରଣରୁ Zee ଟିଭି “ପବିତ୍ର ରିସ୍ତା” ନାମକୁ ପୁନଃବ୍ୟବହାର କରିବାକୁ ବୈଷୟିକ ଭାବରେ ମୁକ୍ତ। ପୂର୍ବରୁ, ଷ୍ଟାର ପ୍ଲସ୍ ଏବଂ ସୋନି ଟିଭି ନୂତନ ପ୍ରଯୋଜକଙ୍କ ସହିତ ସେମାନଙ୍କର ପୁରୁଣା IP ପୁନଃନିର୍ମାଣ କରିଛନ୍ତି। ଏକତା କପୁରଙ୍କ କ୍ରୋଧ ରହିବା ସ୍ବଭାବିକ କିନ୍ତୁ ଚ୍ୟାନେଲ କି ନିର୍ମାତା କିଛି ଭୁଲ କରିନାହାନ୍ତି । ଏପରି ଅନେକ ଶୋ ଚାଲୁଛି ଯାହା ପୂର୍ବରୁ ହୋଇସାରିଛି ।

‘ପବିତ୍ର ରିସ୍ତା’ର ନୂଆ ଚେହେରା କିଏ?

ଏହି ନୂତନ Zee ଟିଭି ଶୋ’ର ସୁଟିଂ ଜାନୁଆରୀ ୨୦୨୬ ରେ ଆରମ୍ଭ ହେବାର ଯୋଜନା ରହିଛି। ତଥାପି, ନିର୍ମାତାମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ଶୋ’ଟି ପବିତ୍ର ରିସ୍ତର ପୁରୁଣା କାହାଣୀର ପୁନଃନିର୍ମାଣ ନୁହେଁ। ଏହି ନୂତନ ଶୋ’ରେ ମୁଖ୍ୟ ଭୂମିକାରେ ଅବରାର କାଜି ଅଭିନୟ କରିଛନ୍ତି, ଯାହାଙ୍କ ସହ ପ୍ରିୟାଂଶୀ ଯାଦବ ଯୋଡ଼ି ହେବେ। ପଲ୍ଲଭ ପ୍ରଧାନ ଏବଂ ରୂପା ଦିବେତାଙ୍କ ଭଳି ଅଭିଜ୍ଞ କଳାକାରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ସିଦ୍ଧାର୍ଥ ଭାଙ୍କାରା ଏହି ଶୋ’ର ନିର୍ଦ୍ଦେଶନା ଦେଉଛନ୍ତି, ଏବଂ ଅମନ ସଚଦେବ ଏହାକୁ ପ୍ରଯୋଜନା କରୁଛନ୍ତି।

Leave A Reply

Your email address will not be published.