ସାବଧାନ!ରାସ୍ତାରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା

ବିହାର: ରାସ୍ତାଘାଟରେ ଏଣେତେଣେ ପାନ ଛେପ ପକାଉଛନ୍ତି କି ସାବଧାନ! ନହେଲେ ଦେବାକୁ ପଡ଼ିବ ଫାଇନ । ସହରକୁ ସୌନ୍ଦର୍ଯ୍ୟ କରି ରଖିବା ଦିଗରେ ସରକାର ନେଇଛନ୍ତି ପଦକ୍ଷେପ । ପାନ କିମ୍ବା ଗୁଟଖା ଖାଇବା ପରେ ଆପଣ ଖୋଲାରେ ଛେପ ପକାଇଥିବା ଲୋକଙ୍କ ବିରୁଦ୍ଧରେ କଠୋର ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପାଟନା ମୁନ୍ୟନିସିପାଲ କର୍ପୋରେସନ ଜନସାଧାରଣଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି। ନିର୍ଦ୍ଦେଶ ଅନୁଯାୟୀ, ଖୋଲାରେ ଛେପ ପକାଇଥିବା ଲୋକଙ୍କୁ ଆଉ ଛଡ଼ାଯିବ ନାହିଁ। ସୂଚନା ଅନୁସାରେ ଖୋଲାରେ ଛେପ ପକାଉଥିବା ଯେକୌଣସି ବ୍ୟକ୍ତିଙ୍କୁ ଏବେ “ସହର ଶତ୍ରୁ” ଭାବରେ ଆଖ୍ୟା ଦିଆଯିବ।

ଏହା ସହିତ ୫୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯିବ। ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ଲୋକମାନଙ୍କୁ କୁହାଯିବା ସହିତ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଛେପ ପକାଉଛନ୍ତି ସେମାନଙ୍କୁ ରିପୋର୍ଟ କରିବାକୁ ମଧ୍ୟ କୁହାଯାଇଛି।ପାଟନା ସ୍ମାର୍ଟ ସିଟି ଲିମିଟେଡର ମ୍ୟୁନିସିପାଲ କମିଶନର ଏବଂ ପରିଚାଳନା ନିର୍ଦ୍ଦେଶକ ଯଶପାଲ ମୀନା ନିର୍ଦ୍ଦେଶ ଦେଇଛନ୍ତି ଯେ ଅଭିଯାନର ଅଂଶ ସ୍ୱରୂପ, ପାନ, ଗୁଟଖା ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଖାଇବା ପରେ ଯେଉଁମାନେ ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତି ସେମାନଙ୍କ ଉପରେ କଡ଼ା ନଜର ରଖାଯିବ। କାରଣ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଦ୍ୱାରା କେବଳ ସହରର ପରିଷ୍କାର ପରିଚ୍ଛନ୍ନତା ଏବଂ ସୌନ୍ଦର୍ଯ୍ୟ ନଷ୍ଟ ହୁଏ ନାହିଁ, ବରଂ ଏହା ଜନସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ଗୁରୁତର ବିପଦ ସୃଷ୍ଟି କରେ।

Leave A Reply

Your email address will not be published.