ନୂଆଦିଲ୍ଲୀ: ହରିୟାଣା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍)ର ଅନ୍ତର୍ଜାତୀୟ ସ୍ତରରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ସୋନିପତର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅମନ ଭେଁସଓ୍ବାଲକୁ ବୁଧବାର ଭାରତ ଅଣାଯାଇଛି । ହିମାଂଶୁ ଭାଉ ଗ୍ୟାଙ୍ଗର ଏହି ସାର୍ପ ସୁଟରକୁ ଇଣ୍ଟରପୋଲ୍ ଓ ଗୃହ ମନ୍ତ୍ରଣାଳର ସହଯୋଗରେ ଆମେରିକାରୁ ପ୍ରତ୍ୟର୍ପଣ କରାଯାଇଛି। ଦିଲ୍ଲୀ ଏୟାରପୋର୍ଟରେ ଓହ୍ଲାଇବା ମାତ୍ରେ ଏଟିଏଫ୍ ତାକୁ କଷ୍ଟଡିରେ ନେଇଛି।
ସୋନିପତର ମୂଳବାସିନ୍ଦା ଅମନ ଉପରେ ହତ୍ୟା, ବେଆଇନ ଭାବେ ଟଙ୍କା ଆଦାୟ ଓ ୧୦ରୁ ଅଧିକ ଅପରାଧିକ ମାମଲା ରୁଜୁ କରାଯାଇଛି। ପୁଲିସ ଯାଞ୍ଚ ବେଳେ ଜଣାପଡିଛି ଯେ, ଅମନ ଦିଲ୍ଲୀର ମୟୁର ବିହାର ଅଞ୍ଚଳରେ ଏକ ନକଲି ଠିକଣା ଆଧାରରେ ‘ଅମନ କୁମାର’ ନାମରେ ପାସପୋର୍ଟ ତିଆରି କରିଥିଲା। ୨୦୨୫ ରେ ଚକମା ଦେଇ ଆମେରିକା ଫେରାର ହୋଇଯାଇଥିଲା। ଏସଟିଏଫ୍ ଏହି ମାମଲାରେ ଗୋହାନା ସଦର ଥାନାରେ ମାମଲା ରୁଜୁ କରି ଏହାର ସୂଚନା ଇଣ୍ଟରପୋଲକୁ ଦେଇଥିଲା।
ଅମନ ନାଁରେ ନିକଟରେ ରୋହତକର ସାମ୍ପଲାରେ ‘ସୀତାରାମ ହଲଓ୍ବାଇ’ ଦୋକାନରେ ହୋଇଥିବା ଫାୟରିଂ ମାମଲାରେ ଅଭିଯୋଗ ରହିଥିଲା। ଏହି ମାମଲାରେ ସେ ୧ କୋଟି ଟଙ୍କା ଦେବାକୁ ଧମକାଇ ଥିଲା। ଏହାପରେ ଗୋହାନାର ‘ମାତୁରାମ ହଲଓ୍ବାଇ’ କାଣ୍ଡରେ ମଧ୍ୟ ତା’ର ସମ୍ପୃକ୍ତିର ପ୍ରମାଣ ମିଳିଥିଲା। ସେ କୁଖ୍ୟାତ ଅପରାଧି ହିମାଂଶୁ ଭାଉ ଗ୍ୟାଙ୍ଗ ପାଇଁ କାମ କରୁଥିଲା।ହରିୟାଣା ଏସଟିଏଫ୍ ଅଧିକାରୀଙ୍କ କହିବା ଅନୁସାରେ, ଅମନକୁ କୋର୍ଟରେ ହାଜର କରି ରିମାଣ୍ଡରେ ନିଆଯିବ। ଯାହାଫଳରେ ବିଦେଶରେ ଥିବା ତା’ର ଅନ୍ୟ ସାଥିଙ୍କ ନେଟଓ୍ବର୍କ ବିଷୟରେ ଜାଣିହେବ।
Tipgalore
Top 10 Female Stars Everyone Had A Crush On In The 90s
Vitaminews