ବିଗିଡିଲା ସଲମାନଙ୍କ ପିତା ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଲେଖକ ତଥା ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ଯାହା ଫଳରେ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୯୦ ବର୍ଷୀୟ ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଖବର ଫିଲ୍ମ ଶିଳ୍ପରେ ଚିନ୍ତା ବୃଦ୍ଧି କରିଛି। ଶୋଲେ ଏବଂ ଜଞ୍ଜିର ଭଳି ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ରର କାହାଣୀ ଲେଖିଥିବା ସଲିମଙ୍କ ସୁସ୍ଥତା ପାଇଁ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳେ ସଲିମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି।

ରିପୋର୍ଟ ହୋଇଛି ଯେ ସଲମାନ ଖାନ ତାଙ୍କର ସମସ୍ତ କାର୍ଯ୍ୟସୂଚୀ ବାତିଲ କରି ତୁରନ୍ତ ତାଙ୍କ ବାପାଙ୍କୁ ଦେଖା କରିବାକୁ ହସ୍ପିଟାଲ ଯାଇଥିଲେ। ଯଦିଓ ଏହି ବିଷୟରେ ଖାନ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ବିବୃତ୍ତି ଜାରି କରାଯାଇ ନାହିଁ। ତେବେ ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପ୍ରଶଂସକ ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.