ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ତେହରାନ ସମେତ ୩୦ଟି ଇରାନ ସହର ଉପରେ ଆକ୍ରମଣ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏପଟେ ଭାରତ ଇସ୍ରାଏଲରେ ରହୁଥିବା ନିଜର ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରି ସେମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି। ଭାରତୀୟ ଦୂତାବାସ କହିଛି, ‘ଭାରତୀୟ ନାଗରିକମାନଙ୍କୁ ଇସ୍ରାଏଲୀ କର୍ତ୍ତୃପକ୍ଷ ଏବଂ ହୋମ ଫ୍ରଣ୍ଟ କମାଣ୍ଡ ଦ୍ୱାରା ଜାରି ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି।’
ଭାରତୀୟ ଦୂତାବାସ ପକ୍ଷରୁ ଏକ ପରାମର୍ଶ ଜାରି କରି କୁହାଯାଇଛି, ‘ଏହି ଅଞ୍ଚଳର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇସ୍ରାଏଲରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଏବଂ ସବୁବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।ସମସ୍ତ ଭାରତୀୟ ନାଗରିକ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳ ନିକଟରେ ରହିବା ଉଚିତ ଏବଂ ସେମାନଙ୍କ ବାସସ୍ଥାନ କିମ୍ବା କାର୍ଯ୍ୟ କ୍ଷେତ୍ରରେ ନିକଟତମ ନିରାପଦ ସ୍ଥାନଗୁଡ଼ିକ ବିଷୟରେ ସଚେତନ ରହିବା ଉଚିତ। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇସ୍ରାଏଲ ମଧ୍ୟରେ ସମସ୍ତ ଅଣ-ଅତ୍ୟାବଶ୍ୟକୀୟ ଯାତ୍ରା ଏଡାଇବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି।
‘
ଆଡଭାଇଜରୀରେ ଆହୁରି କୁହାଯାଇଛି ଯେ, ନାଗରିକମାନଙ୍କୁ ନିୟମିତ ଭାବରେ ସ୍ଥାନୀୟ ଖବର, ସରକାରୀ ଘୋଷଣା ଏବଂ ଜରୁରୀକାଳୀନ ସତର୍କତା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ, ଭାରତୀୟ ନାଗରିକମାନେ ତେଲ ଅଭିଭରେ ଥିବା ଭାରତୀୟ ଦୂତାବାସ ସହିତ 24×7 ହେଲ୍ପଲାଇନ୍: ଟେଲିଫୋନ୍: +972-54-7520711 ଏବଂ ଇମେଲ୍: cons1.telaviv@mea.gov.in ମାଧ୍ୟମରେ ଯୋଗାଯୋଗ କରିପାରିବେ। ଦୂତାବାସ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ଆବଶ୍ୟକ ହେଲେ ଅପଡେଟ୍ ପ୍ରଦାନ କରିବ।
ବର୍ତ୍ତମାନ ଇସ୍ରାଏଲରେ ୨୦,୦୦୦ ରୁ ଅଧିକ ଭାରତୀୟ ବାସ କରନ୍ତି । ସେମନେ ବିଭିନ୍ନ ସହରରେ ରହନ୍ତି । ତେଲ ଅଭିଭରେ ଥିବା ଭାରତୀୟ ଦୂତାବାସ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଇସ୍ରାଏଲରେ ଅଧିକାଂଶ ଭାରତୀୟ ମୁଖ୍ୟତଃ ବୃଦ୍ଧ ଇସ୍ରାଏଲୀଙ୍କ ଯତ୍ନ ନେବା ପାଇଁ , ହୀରା ବ୍ୟବସାୟୀ, ଆଇଟି ବୃତ୍ତିଗତ ଏବଂ ଛାତ୍ର ଅଛନ୍ତି। ଏହା ବ୍ୟତୀତ, ପ୍ରାୟ ୮୫,୦୦୦ ଭାରତୀୟ ବଂଶୋଦ୍ଭବ ଇହୂଦୀ ମଧ୍ୟ ଇସ୍ରାଏଲରେ ବାସ କରନ୍ତି ।
ଏହି ମଧ୍ୟରେ, ଇସ୍ରାଏଲର ରାଜଧାନୀ ତେଲ ଅଭିଭ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଫେରି ଆସିଛି। ଇସ୍ରାଏଲର ଆକାଶ ସୀମା ବନ୍ଦ ହେବା ଯୋଗୁଁ ଏୟାର ଇଣ୍ଡିଆ ନିଜର ଦିଲ୍ଲୀ-ତେଲ ଅଭିଭ ବିମାନକୁ ମୁମ୍ବାଇକୁ ଡାଇଭର୍ଟ କରିଛି। “ଇସ୍ରାଏଲରେ ଏୟାରସ୍ପେସ୍ ବନ୍ଦ ହେବା ଏବଂ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଫେବୃଆରୀ ୨୮ ତାରିଖରେ ଦିଲ୍ଲୀରୁ ତେଲ ଅଭିଭ ଯାଉଥିବା ବିମାନ AI139 ଭାରତକୁ ଫେରୁଛି,” ଏକ ବିବୃତ୍ତିରେ ଏୟାରଲାଇନ୍ସ କହିଛି। ଜଣେ ଏୟାରଲାଇନ୍ସ ଅଧିକାରୀ କହିଛନ୍ତି ଯେ ବିମାନକୁ ମୁମ୍ବାଇ ଅଭିମୁଖେ ସ୍ଥାନାନ୍ତର କରାଯାଇଛି।