_ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ_
*ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା*
ବିଜେପି ସରକାର ଉପରେ ଲୋକଙ୍କ ବିଶ୍ୱାସନୀୟତା ବଢ଼ିଚାଲିଛି: *ମନମୋହନ ସାମଲ*
ବସ୍ତା, ବାଲେଶ୍ୱର ସଦର, ବଡସାହି, ବେତନଟି ପଂଚାୟତ ସମିତି ଅଧ୍ୟକ୍ଷ ବିଜେପିରେ ଯୋଗଦାନ
ବାଲେଶ୍ୱର ଜିଲ୍ଲାର ବହୁ ନିର୍ବାଚିତ ଜନପ୍ରତିନିଧି ତଥା ଜିଲ୍ଲାପରିଷଦ ସଭ୍ୟ, ସରପଂଚ, ନାଏବ ସରପଂଚ, କାଉନ୍ସିଲର, ୱାର୍ଡସଭ୍ୟ, ବିଭିନ୍ନ ସମବାୟ ବ୍ୟାଙ୍କ ସଭାପତି, ବରିଷ୍ଠ ନେତୃବୃନ୍ଦ ନିଜ ସମର୍ଥକଙ୍କ ଗହଣରେ ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗଦେଲେ
ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତି 
ଭୁବନେଶ୍ୱର,ତା.୧୧/୦୩: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବାଲେଶ୍ୱର ନିର୍ବାଚନମଣ୍ଡଳୀର ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା ବିଜେଡି ଛାଡ଼ି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାର ବହୁ ନିର୍ବାଚିତ ଜନପ୍ରତିନିଧି ତଥା ପଂଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ସରପଂଚ, ନାଏବ ସରପଂଚ, କାଉନ୍ସିଲର, ୱାର୍ଡସଭ୍ୟ, ବିଭିନ୍ନ ସମବାୟ ବ୍ୟାଙ୍କ ସଭାପତି, ବରିଷ୍ଠ ନେତା ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ଏହି ମିଶ୍ରଣ ଦ୍ୱାରା ଭାରତୀୟ ଜନତା ପାର୍ଟି କେବଳ ବାଲେଶ୍ୱରରେ ନୁହେଁ, ଓଡ଼ିଶାରେ ଓ ଦେଶରେ ଆହୁରି ଶକ୍ତିଶାଳୀ ହୋଇପାରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଯେଉଁ ସ୍ୱପ୍ନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଖିଛନ୍ତି ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ଲୋକପିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ସହଯୋଗ କରିବାକୁ ପଡ଼ିବ । ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବାକୁ ପଡ଼ିବ । ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଏହି ଦଳ ହେଉଛି ରାଷ୍ଟ୍ରବାଦୀ ବିଚାରାଧାରାର ଦଳ, ଏହା ହେଉଛି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍ଡିଏ ସରକାର ଅଛି । ସଂକଳ୍ପପତ୍ରରେ ବିଜେପି ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ସବୁ ପୂରଣ କରିଚାଲିଛି । ଏନେଇ ବିଜେପି ସରକାର ଉପରେ ଲୋକଙ୍କ ବିଶ୍ୱାସନୀୟତା ଦିନକୁ ଦିନ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ୁଥିବାରୁ ବିଜେପିରେ ଯୋଗଦାନ ବଢ଼ିଚାଲିଛି । ବିଜେପି ସରକାରରେ କୃଷିଠାରୁ ଆରମ୍ଭ କରି ଶିକ୍ଷା, ଗମନାଗମନ, ଉଡାଜାହାଜ ନିର୍ମାଣ, ଯୁଦ୍ଧ ଅସ୍ତ୍ରଶସ୍ତ୍ର ତିଆରି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଶ ଆତ୍ମନିର୍ଭର ହୋଇପାରିଛି । ମୋଦିଜୀ ସାରା ବିଶ୍ୱରେ ଜଣେ ଅଦ୍ୱିତୀୟ ନେତା ଭାବେ ଉଭା ହୋଇଛନ୍ତି । ରାଜ୍ୟରେ ଗତ ୨ ବର୍ଷ ମଧ୍ୟରେ ବିଜେପି ସରକାର ଅନେକ ଲୋକାଭିମୁଖୀ କାର୍ଯ୍ୟ କରି ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ଚାଷୀଙ୍କ ରୋଜଗାର ବୃଦ୍ଧି ନିମନ୍ତେ ଧାନ କିଣା ସହାୟକ ମୂଲ୍ୟ ବୃଦ୍ଧି କରିବା ସହ ଜଳସେଚନ ବ୍ୟବସ୍ଥା, ସୁଭଦ୍ରା ଯୋଜନା, ଶ୍ରୀମନ୍ଦିର ଚାରିଦ୍ୱାର ଖୋଳିବା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କା କର୍ପସ ଫଣ୍ଡ, ଯୋଗ୍ୟ ହିତାଧିକାରୀଙ୍କୁ ଭତା ସୁନିଶ୍ଚିତ କରାଇବା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରି ଓଡ଼ିଶାର ଲୋକଙ୍କ ପ୍ରିୟଭାଜନ ହୋଇପାରିଛି । ଏସବୁ କାର୍ଯ୍ୟକୁ ଆଗକୁ ନେବା ପାଇଁ ଏବଂ ବିକଶିତ ବାଲେଶ୍ୱର ଗଠନ କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଅଂଚଳର ବିକାଶ ଆମ ସମସ୍ତଙ୍କର ମୂଳ ଲକ୍ଷ୍ୟ । ଭାରତୀୟ ଜନତା ପାର୍ଟି ବିନା ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଢ଼ିବା ସମ୍ଭବପର ନୁହେଁ । ଏହାକୁ ଦୃଷ୍ଟିରେ ରଖି ଆମେ ସବୁ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛୁ । ଆଗକୁ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ଯୋଗଦାନ ଆହୁରି ବୃଦ୍ଧିପାଇବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓ ମୁଖ୍ୟମନ୍ତ୍ରୀ ମାଝୀଙ୍କ ପଥକୁ ଅନୁସରଣ କରି ଅଂଚଳ ବିକାଶ ଆମ ସମସ୍ତଙ୍କ ମୂଳ ଲକ୍ଷ୍ୟ ରହିଛି ବୋଲି ପୂର୍ବତନ ସାଂସଦ ରବିନ୍ଦ୍ର ଜେନା କହିଛନ୍ତି । 
ଆଜିର ମିଶ୍ରଣ ପର୍ବରେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ରାଜ୍ୟ ସଂପାଦକ ଶ୍ରୀ ରଞ୍ଜିତ ମହାପାତ୍ର, ବାଲେଶ୍ୱର–ଭଦ୍ରକ ସେଂଟ୍ରାଲ କୋଅପରେଟିଭ ବ୍ୟାଙ୍କ ଅଧ୍ୟକ୍ଷ ଗଣେଷ ମହାପାତ୍ର, ବାଲେଶ୍ୱର ଅର୍ବାନ କୋଅପରେଟିଭ ବ୍ୟାଙ୍କ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ କର, ବସ୍ତା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳୀ ଦାସ, ବାଲେଶ୍ୱର ସଦର ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନିତା ବେହେରା, ବଡସାହି ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମୀନତି ସିଂ, ବେତନଟି ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କୌଶଲ୍ୟା ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ ସୁଜାତାରାଣୀ ଦଣ୍ଡପାଟ, ଶ୍ରୀ ନିଶାକର ସେଠୀ, ଶ୍ରୀ ବେନୁଧର ଜେନା, ଶ୍ରୀ ସଞ୍ଜୟ ସେଠୀ, ନିଖିଳ ଓଡିଶା ମତ୍ସ୍ୟଜୀବୀ ସଂଘ ସଂଯୋଜକ ତଥା ପୂର୍ବତନ ଜିଲ୍ଲା ସଭାପତି ବାଦଲ ଦାସ, ଘରୋଇ ବସ୍ ସଂଘ ସଂପାଦକ ଅଜୟ କୁମାର ବିଶ୍ୱାଳ, ବରିଷ୍ଠ ନେତା ସୁବ୍ରତ କୁମାର ପଣ୍ଡା, ପ୍ରଦୀପ କୁମାର ବିଶ୍ୱାଳ, ଅଜୟ କୁମାର ସାମଲ, ରଞ୍ଜନ ଧଳ, ସିମୋନ ଦାସମହାପାତ୍ର, ବସ୍ତା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ଯାମିନୀକାନ୍ତ ନାୟକ, ଅନନ୍ତ ପାଶା, ପ୍ରକାଶ ଦଳେଇ, ରବିନାରାୟଣ ପଣ୍ଡା, ଅନୁପମ ମହାନ୍ତି, ଭାଗବତ ସାହୁ, ବାଲେଶ୍ୱର ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ଆଲୋକ କୁମାର ସାହୁ, ବରିଷ୍ଠ ନେତା ଦେବ କୁମାର ଦେ, ଅନିରୁଦ୍ଧ ପ୍ରଧାନ, ଶକ୍ତିପଦ ରାୟ, ଅନିତା ଭୁୟାଁ, ଶୁଭମ ସାଇ ମହାପାତ୍ର, ଚନ୍ଦନେଶ୍ୱର ବେହେରା, ଜୟନ୍ତ ଦାସ, ଚନ୍ଦ୍ରମୋହନ ଦାସ, କୈଳାଶ ମଲ୍ଲିକ, ଭଜନ ବେହେରା, ସରପଂଚ ଜଗବନ୍ଧୁ ବାର, ମନୋରଂଜନ ବିଶ୍ୱାଳ, ମମତା ସେଠୀ, କମଲ ସାହୁ, କର୍ପୁରି ସେଠୀ, ବୃନ୍ଦାବତୀ ପ୍ରଧାନ, ଲୋପମୁଦ୍ରା ରାଉଳ, ରମାକାନ୍ତ ସେଠୀ, ସୁକାନ୍ତ ମାନିକ, ସାବିତ୍ରୀ ସିଂହ, ବିଶ୍ୱାମ୍ବର ବେହେରା, ମହାଦେବ ସିଂହ, ରଘୁନାଥ ସିଂହ, କୁନା ସିଂହ, ସକର ହାଁସଦା, କାଳିଚରଣ ସିଂହ, କାଉନ୍ସିଲର ରଞ୍ଜିତା ମହାପାତ୍ର, ଅମିତ ନାୟକ, ପ୍ରିତିଲତା ସେଠୀ, ଦେବାଶିଷ ସିଂହ, ଗୋବିନ୍ଦ ଚନ୍ଦ୍ର ସାହୁ, ସୁମିତ୍ରା ମହାପାତ୍ର, ଝରଣା ସେଠୀ, ସୁରେଶ ପୁଜାପଣ୍ଡା, ଲକ୍ଷ୍ମୀକାନ୍ତ ମହାପାତ୍ର, ଦୀପକ ସାହୁ, ଭଗବାନ ସାହୁ, ସ୍ମୃତିରଞ୍ଜନ ପଣ୍ଡା, ଶରତ ବେହେରା, ପ୍ରଦୀପ ଜେନାଙ୍କ ସମେତ ଅନେକ ୱାର୍ଡ ମେମ୍ବର, ସରପଂଚ, ସମିତି ସଭ୍ୟ ଓ ବରିଷ୍ଠ ନେତୃବୃନ୍ଦ ନିଜ ନିଜ ଶତାଧିକ କାର୍ଯ୍ୟକର୍ତାଙ୍କ ଗହଣରେ ଆନୁଷ୍ଠନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ଏହି ମିଶ୍ରଣ ପର୍ବରେ ସରକାରଙ୍କ ଉପ ମୁଖ୍ୟସଚେତକ ତଥା ବିଧାୟକ ଗୋବିନ୍ଦଚନ୍ଦ୍ର ଦାସ, ବିଧାୟକ ମାନସ କୁମାର ଦତ, ସନାତନ ବିଜୁଳି, ସନ୍ତୋଷ ଖଟୁଆ, ପଦ୍ମଲୋଚନ ପଣ୍ଡା, ବାବୁ ସିଂ, ରାଜ୍ୟ ଉପସଭାପତି ସିପ୍ରା ବାଜପେୟୀ, ରାଜ୍ୟ ସାଧାରଣ ସଂପାଦକ ବିଂରଚି ନାରାୟଣ ତ୍ରିପାଠୀ ଏବଂ ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।