ବେଙ୍ଗାଲୁର: ଟି୨୦ କ୍ରିକେଟରେ ଭଲ ପ୍ରଦର୍ଶନ କରି ଜୀତେଶ ଶର୍ମା ଟି୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇ ନ ଥିଲେ । ବିଶ୍ୱକପ ଆରମ୍ଭ ହେବା ଠିକ ପୂର୍ବରୁ ତାଙ୍କ ବାପା ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିଲେ । ଶେଷରେ ତାଙ୍କ ବଦଳରେ ଚୟନ କମିଟି ଈଶାନ କିଶାନଙ୍କୁ ସୁଯୋଗ ଦେଇଥିଲେ । ଜୀତେଶ ଦଳରୁ ବାଦ ପଡିବା ଖବର ପାଇବା ପରେ ନିରାଶ ହୋଇଥିଲେ । ସେ ସମୟରେ କିନ୍ତୁ ବାପାଙ୍କ ସହ ରହିବା ମୋର ଜରୁରୀ ଥିଲା । ଫେବୃୟାରୀ ତାଙ୍କ ବାପା ଚାଲି ଯାଇଥିଲେ । ବିଶ୍ୱକପ ଖେଳି ନ ପାରିବା ଯୋଗୁ ମୁଁ କୌଣସି ପ୍ରକାରର ମନଦୁଃଖ କରୁ ନାହିଁ । ମୁଁ ଭଗବାନଙ୍କ ପାଖରେ ଋଣୀ ଯେ, ଶେଷ ଦିନରେ ବାପାଙ୍କ ପାଖରେ ରହିପାରିଲି ।
ଟି୨୦ ବିଶ୍ୱକପକୁ ଘରେ ଦେଖିବା ମଜା ଅଲଗା । ମୁଁ ଦଳର ପ୍ରଦର୍ଶନ ନେଇ ଗର୍ବିତ ମନେ କରୁଛି । କୋଚ, ଖେଳାଳି ଓ ଅଧିନାୟକ ସମନ୍ୱୟ ଭଲ ଥିଲା ବୋଲି ସେ କହିଛନ୍ତି । ଏବେ ଜୀତେଶ ଆଇପିଏଲ ୨୦୨୬ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗତ ସଂସ୍କରଣରେ ତାଙ୍କ ପ୍ରଦର୍ଶନ ବଳରେ ଆରସିବି ଦୀର୍ଘ ବର୍ଷ ପରେ ଟାଇଟଲ ହାସଲ କରିପାରିଥିଲା । ସେ ୧୧ ଇନିଂସରେ ୨୬୧ ରନ କରିଥିଲେ । ମାର୍ଚ୍ଚ ୨୮ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆରସିବି ତାର ଅଭିଯାନ ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରମ୍ଭ କରିବ ।