ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା

ଭୁବନେଶ୍ବର: ସୁରୁଖୁରୁରେ ଚାଲିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ଚାଲିଛି । ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଚାଲିଛି ଆଲୋଚନା । ଉତ୍ତର ରଖୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କେମିତି ସୁସ୍ଥ ରହିବେ ଛାତ୍ରଛାତ୍ରୀ ସେନେଇ ନୂଆ ନିୟମ ଆଣୁଛନ୍ତି ରାଜ୍ୟ ସରକାର ବୋଲି ମନ୍ତ୍ରୀ କହିଛନ୍ତି ।

ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶାରୀରିକ ଶିକ୍ଷା ଦିଆଯିବ । ଏବେ ଡିଜିଟାଲ୍ କ୍ଲାସରୁମ୍‌ରେ ଇ-କଣ୍ଟେଣ୍ଟ ଦ୍ୱାରା ଶିକ୍ଷା ଦିଆଯାଉଛି ବୋଲି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

Leave A Reply

Your email address will not be published.