କୋହଲି, ରୋହିତଙ୍କ ପାଇଁ ବାୟା ହେଉଛନ୍ତି ବିଦେଶୀ ବୋର୍ଡ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଜିତିବା ପରେ ଏବେ ଭାରତୀୟ କ୍ରିକେଟ ଟିମ ୩ ମାସ ବିଶ୍ରାମ ପରେ ଆନ୍ତର୍ଜାତୀୟ ମୁକାବିଲା ଖେଳିବ । ଅନ୍ୟ ଦେଶର ବୋର୍ଡ ଆନ୍ତର୍ଜାତୀୟ ମୁକାବିଲା ଆୟୋଜନ ନେଇ ବ୍ୟଗ୍ର ଅଛନ୍ତି । ବିରାଟ କୋହଲି ଓ ରୋହିତ ଶର୍ମା ଏହାର ମୂଖ୍ୟ କାରଣ ସାଜିଛନ୍ତି । ଅନ୍ୟ ବୋର୍ଡ ଅଧିକରୁ ଅଧିକ ଦିିନିକିଆ ସିରିଜ ଆୟୋଜନ କରିବା ପାଇଁ ଜୋର ଦେଉଛନ୍ତି । ଏହା ମାଧ୍ୟମରେ ଏହି ଦୁଇ ଷ୍ଟାର ଖେଳାଳିଙ୍କୁ ପ୍ରଶଂସକମାନେ ଖେଳୁଥିବା ଅବସ୍ଥାରେ ଦେଖିପାରିବେ । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ଟିମ ଇଣ୍ଡିଆର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ସତ୍ୱେ ଶ୍ରୀଲଙ୍କା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ ପରି ଦେଶ ଦିନିକିଆ ସିରିଜ ଖେଳିବା ପାଇଁ ଆଗ୍ରହୀ ଅଛନ୍ତି । ଏପରିକି ସେମାନେ ପୂର୍ବ କାର୍ଯ୍ୟସୂଚୀରେ ପରିବର୍ତନ କରିବା ପାଇଁ ମଧ୍ୟ ରାଜି ଅଛନ୍ତି ।

ନ୍ୟୁଜିଲାଣ୍ଡରେ ପ୍ରଥମେ ୩ଟି ମ୍ୟାଚ ଖେଳାଯିବାକୁ ଥିବା ଏବେ ଏହି ଦିନିକିଆ ସିରିଜକୁ ୫ ମ୍ୟାଚ ବିଶିଷ୍ଟ କରାଯାଇଛି । ଟେଷ୍ଟ ଏବଂ ଟି୨୦ରୁ ଉଭୟ ଅବସର ନେଇ ସାରିଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପ ପୂର୍ବରୁ ଅନ୍ୟ ବୋର୍ଡ ଅଧିକରୁ ଅଧିକ ଦିନିକିଆ ସିରିଜ ଆୟୋଜନ କରିବାକୁ ଚାହୁଁଛନ୍ତି । ରୋହିତ ଓ କୋହଲିଙ୍କ ଉପସ୍ଥିତି ଷ୍ଟାଡିୟମ ପୂର୍ଣ୍ଣ କରିବା ସହ ପ୍ରଶଂସକଙ୍କୁ କ୍ରିକେଟ ସହ ଯୋଡି ରଖୁଛି ବୋଲି ସେମାନେ କହିଛନ୍ତି । ବିସିସିଆଇ ମଧ୍ୟ ଅନ୍ୟ ବୋର୍ଡଙ୍କ ଏହି ପ୍ରସ୍ତାବ ନେଇ ଆଗ୍ରହ ପ୍ରକାଶ କରୁଥିବା ଜଣାପଡୁଛି । ଏହା ମାଧ୍ୟମରେ ଭାରତୀୟ ଟି୨୦ ଦିନିକିଆ ବିଶ୍ୱକପ ପୂର୍ବରୁ ଅଧିକରୁ ଅଧିକ ମ୍ୟାଚ ଖେଳିବାକୁ ପାଇବ । ଯାହା ଟିମ ଇଣ୍ଡିଆକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛଇ । ଆଫଗାନିସ୍ତାନ, ଆୟର୍ଲାଣ୍ଡ ପରେ ଇଂଲଣ୍ଡ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୫କୁ ବୃଦ୍ଧି କରିବାକୁ ଚାହୁଁଛି । ଶ୍ରୀଲଙ୍କା ବୋର୍ଡ ମଧ୍ୟ ଏ ନେଇ ଚାପ ପକାଉଛି ।

Leave A Reply

Your email address will not be published.