ବେଙ୍ଗାଲୁର: ଭାରତର ମହାନ ଖେଳାଳି ବିରାଟ କୋହଲି ଆଇପିଏଲ ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟିମ ସହିତ ରହିଛନ୍ତି । ସେ ସମ୍ପୂର୍ଣ୍ଣ କ୍ୟାରିୟର ଗୋଟିଏ ଫ୍ରାଂଚାଇଜ ପକ୍ଷରୁ ଖେଳିଛନ୍ତି । ଦୀର୍ଘ ଦିନର ଅପେକ୍ଷା ପରେ ଆରସିବି ଗତ ସଂସ୍କରଣରେ ଚାମ୍ପିୟନ ହୋଇଥିଲା । ଏଥର ଟାଇଟଲ ବଜାୟ ରଖିବା ପାଇଁ ଆରସିବି ପଡିଆକୁ ଓହ୍ଲାଇବ । ଏହି ଅବସରରେ କୋହଲି ଆରସିବିର ସର୍ବକାଳୀନ ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି ।
ସେ ଏହି ଏକାଦଶରେ ଜୋଶ ହାଜେଲଉଡ ଓ ଭୁବନେଶ୍ୱର କୁମାରଙ୍କୁ ନ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । କ୍ରିସ ଗେଲଙ୍କ ସହ ସେ ନିଜକୁ ଓପନର ଭାବେ ବାଛିଛନ୍ତି । ମିଡିଲ ଅର୍ଡର ପାଇଁ ଏବି ଡିଭିଲର୍ସ, କେଏଲ ରାହୁଲ ଓ ରଜତ ପାଟୀଦାରଙ୍କୁ ଚୟନ କରିଛନ୍ତି । ଦୀନେଶ କାର୍ତିକଙ୍କୁ ମଧ୍ୟ ଏହି ଦଳରେ ସେ ରଖିଛନ୍ତି ।
ଆରସିବି ଶ୍ରେଷ୍ଠ ଏକାଦଶ: କ୍ରିସ ଗେଲ, ବିରାଟ କୋହଲି, ଏବି ଡିଭିଲର୍ସ, କେଏଲ ରାହୁଲ, ରଜତ ପାଟୀଦାର, ଦୀନେଶ କାର୍ତିକ, ହର୍ଷଲ ପଟେଲ, ମିଚେଲ ଷ୍ଟାର୍କ, ଡେଲ ଷ୍ଟେଇନ, ଅନୀଲ କୁମ୍ବଲେ ଓ ୟୁଜଭେନ୍ଦ୍ର ଚହଲ ।