ଯୁଦ୍ଧ ମଧ୍ୟରେ ଏଲ୍‌ପିଜି ସଙ୍କଟ: ଓଡ଼ିଆ କ୍ୟାପଟେନଙ୍କ ସାହସ ଓ କର୍ତ୍ତବ୍ୟ ପାଇଁ ଆଜି ଦେଶ ଗର୍ବିତ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହୋର୍ମୁଜ ଜଳମାର୍ଗରେ ଗ୍ୟାସ ଯୋଗାଣ ଠପ୍‌ ହୋଇଯାଇଥିଲା । ଏବେ ବିଶ୍ୱବ୍ୟାପୀ LPG ଗ୍ୟାସ୍ ଯୋଗାଣକୁ ପ୍ରଭାବିତ କରୁଛି। ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଭାରତ ମଧ୍ୟ ରହିଛି। ଏବେ ଧିରେ ଧିରେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ମଧ୍ୟରେ ଦେଖାଗଲାଣି। ଗ୍ୟାସ୍ ଯୋଗାଣ ଦୋକାନ ସବୁଠି ଲମ୍ବା ଲାଇନ ଦେଖିବାକୁ ମିଳୁଛି।

ଯୁଦ୍ଧ ମଧ୍ୟରେ ଇରାନ ହରମୁଜ୍ ପ୍ରଣାଳୀରେ ଅବରୋଧ ଲଗାଇଛି, ଯାହା ଅନେକ ଦେଶରେ ତେଲ ଏବଂ ଗ୍ୟାସ ସଙ୍କଟ ସୃଷ୍ଟି କରିଛି। ଜାହାଜ ଚଳାଚଳ ବନ୍ଦ ହେବାର ପ୍ରଭାବ ଭାରତ ସମେତ ଅନେକ ଦେଶ ଅନୁଭବ କରୁଛନ୍ତି। ତଥାପି, ଭାରତ ଆଲୋଚନା ମାଧ୍ୟମରେ ଏକ ରାସ୍ତା ଖୋଜି ପାଇଛି ଏବଂ ଇରାନ ଭାରତୀୟ ପତାକା ଜାହାଜକୁ କ୍ଲିୟରାନ୍ସ ଦେଇଛି। ଏହି ମଧ୍ୟରେ କ୍ୟାପଟେନ୍ ଧିରାଜ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଜାହାଜ ନନ୍ଦା ଦେବୀ ସଫଳତାର ସହ ପାର କରାଇଛନ୍ତି। ଏହି ଜାହାଜରେ ପ୍ରାୟ ୪୦ହଜାର ମେଟ୍ରିକ୍ ଟନ୍‌ରୁ ଅଧିକ ରନ୍ଧନ ଗ୍ୟାସ୍ ଏବଂ ଅଶୋଧିତ ତୈଳ ରହିଥିଲା। ଯେତେବେଳେ ସମୁଦ୍ରରେ ଉତ୍ତେଜନା ମୂଳକ ପରିସ୍ଥିତି ଲାଗିରହିଛି ସେତେବେଳେ କ୍ୟାପଟେନ୍ ଧୀରଜଙ୍କ ରଣନୀତି ଓ ଧୈର୍ଯ୍ୟ ଯୋଗୁଁ ଜାହାଜଟି ସୁରକ୍ଷିତ ଭାବେ ଆସିପାରିଛି।

ସୂଚନାଯୋଗ୍ୟ ଯେ କ୍ୟାପଟେନ୍ ଧିରାଜ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ବ୍ୟବସାୟୀକ ସହର କଣ୍ଟାବାଞ୍ଜିର ମାତ୍ର ୩୪ ବର୍ଷର ଜଳ ସେନାର ଯବାନ । କଣ୍ଟାବାଞ୍ଜି ସହରର ସ୍ବର୍ଗୀୟ ରମେଶ ଛାପଡିୟାଙ୍କ ବଡ଼ ପୁଅଙ୍କ ଏହି ସାହସ ଓ ଦେଶ ପାଇଁ କର୍ତ୍ତବ୍ୟ ବର୍ତ୍ତମାନ କଣ୍ଟାବାଞ୍ଜି ସହର ସହ ପରିବାର ପାଇଁ ଗୌରବ। ବର୍ତ୍ତମାନ ବିଭିନ୍ନ ସୋସିଆଲ ମେଡିଆରେ ଏବେ ଚର୍ଚ୍ଚାର ବିଷୟ ଜାହାଜ ନନ୍ଦ ଦେବୀ ଓ କ୍ୟାପଟେନ୍ ଧୀରଜ।

Leave A Reply

Your email address will not be published.