FD interest rate: ଏହି ଜମା ଉପରେ SBI FD ସୁଧ ହାର 25 bps ବୃଦ୍ଧି

ନୂଆଦିଲ୍ଲୀ: ଅଧିକାଂଶ ବ୍ୟାଙ୍କ ସ୍ଥାୟୀ ଜମା (FD) ଉପରେ ସୁଧ ହାର ହ୍ରାସ କରୁଥିବା ସମୟରେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ନିବେଶକମାନଙ୍କୁ କିଛି ଆଶ୍ୱସ୍ତି ପ୍ରଦାନ କରିଛି। ବ୍ୟାଙ୍କ କିଛି ନିର୍ଦ୍ଦିଷ୍ଟ ସ୍ଥାୟୀ ଜମା ଯୋଜନାରେ ସୁଧ ହାର ବୃଦ୍ଧି କରିଛି, ଯାହା ବଡ଼ ନିବେଶ କରୁଥିବା ଲୋକଙ୍କୁ ଅଧିକ ରିଟର୍ଣ୍ଣ ପ୍ରଦାନ କରିବ। ଏହି ବୃଦ୍ଧି ସମସ୍ତ ପ୍ରକାରର ଜମା ପାଇଁ ନୁହେଁ, ନିର୍ଦ୍ଦିଷ୍ଟ ପ୍ରକାରର ଜମା ପାଇଁ ପ୍ରଯୁଜ୍ୟ।

SBI ୩କୋଟିରୁ ଅଧିକ ପରିମାଣର ଜମା ଉପରେ ସୁଧ ହାର ୨୫ ବେସିସ୍ ପଏଣ୍ଟ (୦.୨୫%) ବୃଦ୍ଧି କରିଛି। ନୂତନ ହାର ୧୫ ମାର୍ଚ୍ଚ, ୨୦୨୬ ରୁ କାର୍ଯ୍ୟକାରୀ ହୋଇଛି। ସୂଚନାଥାଉକି, ₹୩କୋଟିରୁ କମ୍ ରିଟେଲ FDରେ କୌଣସି ପରିବର୍ତ୍ତନ ହୋଇନାହିଁ।

ବ୍ୟାଙ୍କ ବିଭିନ୍ନ ଅବଧି ପାଇଁ ସୁଧ ହାର ବୃଦ୍ଧି କରିଛି:

୪୬ ଦିନରୁ ୧୭୯ ଦିନ: ୫.୧୦% ରୁ ୫.୩୫% କୁ ବୃଦ୍ଧି
୧୮୦ ଦିନରୁ ୧ ବର୍ଷରୁ କମ୍: ୫.୬୦% ରୁ ୫.୮୫% କୁ ବୃଦ୍ଧି
୧ ବର୍ଷରୁ ୨ ବର୍ଷରୁ କମ୍: ୬.୨୫% ରୁ ୬.୫୦% କୁ ବୃଦ୍ଧି

ବରିଷ୍ଠ ନାଗରିକଙ୍କ ପାଇଁ ୪୬ ରୁ ୧୭୯ ଦିନ ମଧ୍ୟରେ ପରିପକ୍ୱତା ଥିବା FD ପାଇଁ ହାର ୫.୬୦% ରୁ ୫.୮୫% କୁ ବୃଦ୍ଧି କରାଯାଇଛି। ୧୮୦ ଦିନରୁ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ପରିପକ୍ୱତା ଥିବା FD ପାଇଁ ହାର ୬.୧୦% ରୁ ୬.୩୫% କୁ ବୃଦ୍ଧି କରାଯାଇଛି । ଏକ ବର୍ଷରୁ ଦୁଇ ବର୍ଷ ମଧ୍ୟରେ ପରିପକ୍ୱତା ଥିବା ଜମା ପାଇଁ ହାର ୬.୭୫% ରୁ ୭% କୁ ସଂଶୋଧିତ କରାଯାଇଛି।

ସଂଶୋଧିତ ସୁଧ ହାର ନୂତନ ଜମା ଏବଂ ପରିପକ୍ୱ ଜମାର ନବୀକରଣ ଉପରେ ପ୍ରଯୁଜ୍ୟ ହେବ।

ଯଦି ଆପଣ ପରିପକ୍ୱତା ପୂର୍ବରୁ ଆପଣଙ୍କର FD ଭାଙ୍ଗିଦିଅନ୍ତି, ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ। SBI ଅନୁଯାୟୀ, ସମସ୍ତ ଅବଧିରେ ବଲ୍କ ଜମା ପାଇଁ ୧% ଜରିମାନା ଲାଗୁ ହେବ। ଏହାର ଅର୍ଥ ହେଉଛି ସମୟ ପୂର୍ବରୁ ଉଠାଣ ପାଇଁ ଆପଣଙ୍କର ସୁଧ ୧% ହ୍ରାସ ପାଇବ।

Leave A Reply

Your email address will not be published.