ବିଗ୍ ବିଙ୍କ ହାତରେ ରାଖି ବାନ୍ଧି ରାଖି ପୂର୍ଣ୍ଣିମା ପାଳନ କ‌ଲେ ମମତା ବାନାର୍ଜୀ

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ହାତରେ ରାଖି ବାନ୍ଧି ରାଖି ପୂର୍ଣ୍ଣିମା ପାଳନ କ‌ଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୁମ୍ବାଇ ଗସ୍ତ ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅମିତାଭ ବଚ୍ଚନଙ୍କ ଘରେ ପହଞ୍ଚିଥିଲେ। ବୁଧବାର ଦିନ ମମତା ବାନାର୍ଜୀ ତୃତୀୟ I.N.D.I.A ମିଳିତ ସମ୍ମିଳନୀ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି । ରାଖି ପୂର୍ଣ୍ଣିମା ଥିବାରୁ ବୈଠକ ପୂର୍ବରୁ ମମତା ବିଗ୍ ବିଙ୍କ ବାସଭବନ ଜଲସାରେ ପହଞ୍ଚି ତାଙ୍କୁ ରାଖି ବାନ୍ଧିଥିବା ଜଣାଯାଇଛି।

କୁହାଯାଉଛି ଯେ, ବିଗ୍ ବି, ମମତା ବାନାର୍ଜୀ ମୁମ୍ବାଇ ଯାଉଥିବା ଜାଣି ନିଜ ଘରକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ପାଇ ଦିଦି, ବିଗ୍ ବିଙ୍କ ଘରକୁ ଯିବା ପରେ ଦୁଆର ମୁହଁରେ ବିଗ୍ ବିଙ୍କ ନାତୁଣୀ ଆରାଧ୍ୟା ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ତାଙ୍କୁ ହାତ ଯୋଡି ସ୍ବାଗତ କରିଥିଲେ। ସେଠାରେ ପହଞ୍ଚି ବିଗ୍ ବିଙ୍କ ହାତରେ ରାଖି ବାନ୍ଧିବା ସହ କିଛି ସମୟରେ ସେଠାରେ ବିତାଇଥିଲେ ମମତା ବାନାର୍ଜୀ।ଅମିତାଭ ବଚ୍ଚନଙ୍କୁ ଭେଟିବା ପରେ ଦିଦି ଗଣମାଧ୍ୟମକୁ କହିଥିଲେ ଯେ, “ମୁଁ ଆଜି ବହୁତ ଖୁସି। କାରଣ ମୁଁ ଭାରତର ରତ୍ନ ଅମିତାଭ ବଚ୍ଚନଙ୍କୁ ଭେଟିଲି ଏବଂ ତାଙ୍କୁ ରାଖି ବାନ୍ଧିଲି। ମୁଁ ଏହି ପରିବାରକୁ ଭଲ ପାଏ। ସେମାନେ ଭାରତର ଏକ ନମ୍ବର ପରିବାର ଏବଂ ସେମାନଙ୍କର ଅନେକ ଅବଦାନ ମଧ୍ୟ ଅଛି। ରାଖି ବାନ୍ଧିବା ସହ ମୁଁ ତାଙ୍କୁ ଦୁର୍ଗା ପୂଜା ଏବଂ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଛି। “

Leave A Reply

Your email address will not be published.