ଆସନ୍ତା କାଲି ଅର୍ଥାତ ୨୩ ଫେବୃଆରୀରେ ୟୁପି ବିଧାନସଭା ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦିନ ହରଦୋଇର ବିଲଗ୍ରାମ ମଲ୍ଲାୱାଂ ବିଧାନସଭାରେ ବିଜେପି ପ୍ରାର୍ଥୀ ଆଶିଷ ସିଂହ ଆଶୁଙ୍କ ସମର୍ଥନରେ ଜନସଭା କରିଥିଲେ । ଆଉ ଏହି ଜନସଭାରେ ବିରୋଧୀ ଦଳଙ୍କ ଉପରେ ବର୍ଷିଛନ୍ତି ଯୋଗୀ, ସେ କହିଛନ୍ତି ପୂର୍ବରୁ ବିଜୁଳିର ମଧ୍ୟ ଜାତି ଧର୍ମ ରହିଥିଲା । ଇଦ୍ ମହରମ ଥିଲେ ବିଜୁଳି ଆସୁଥିଲା କିନ୍ତୁ ହୋଲି-ଦିପାବଳୀରେ ଆସୁନଥିଲା । ଆଜି ଏଭଳି ଭେଦଭାବ କରାଯାଉନାହିଁ । ଏବେ ହୋଲି ହେଉ କି ଦିପାବଳୀ କିମ୍ବା ଇଦ୍ ହେଉକି ମହରମ କିମ୍ବା କ୍ରିଷ୍ଟମାସ କି’ ଶିବରାତ୍ରୀ ସମସ୍ତଙ୍କୁ ବିଜୁଳି ଦେବା କାର୍ଯ୍ୟ ଡବଲ ଇଞ୍ଜିନ ସରକାର କରୁଛନ୍ତି । ସେ ଆହୁରି କହିଛନ୍ତି ଯେ ଏବେ ସରକାରୀ ଯୋଜନା ପ୍ରତି ଘରେ ପହଞ୍ଚିପାରୁଛି ।