ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବ୍ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବ୍ ଶୀଘ୍ର ଦ୍ୱିତୀୟ ଶିଶୁର ପିତାମାତା ହେବାକୁ ଯାଉଛନ୍ତି। ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ଖୁବ ଶୀଘ୍ର ଘରେ ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଏକ ମାସ ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଅନୁଷ୍କାଙ୍କ ଗର୍ଭଧାରଣ କଥା କୁହାଯାଇଥିଲା। ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ଯେ ଅନୁଷ୍କାଙ୍କ ଗର୍ଭଧାରଣ ରିପୋର୍ଟ ସତ ହୋଇପାରେ। ଏହି ରିପୋର୍ଟରେ ଅନୁଷ୍କା ଦ୍ୱିତୀୟ ଟ୍ରାଇମେଷ୍ଟର୍‌ରେ ଅଛନ୍ତି ବୋଲି କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ଅନୁଷ୍କା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି ଏବଂ ତାଙ୍କର ପ୍ରଥମ ଗର୍ଭଧାରଣ ପରି ସେ ଖୁବ ଶୀଘ୍ର ଦ୍ୱିତୀୟ ଗର୍ଭଧାରଣ ବିଷୟରେ ମଧ୍ୟ ଘୋଷଣା କରିବେ। ସୂତ୍ର ଦାବି କରିଛି ଯେ ଅନୁଷ୍କା ତାଙ୍କ ଗର୍ଭଧାରଣ ହେତୁ ଲୋକଙ୍କଠାରୁ ଏବଂ ଚର୍ଚ୍ଚାରୁ ଦୂରତା ରଖୁଛନ୍ତି। ଗର୍ଭଧାରଣ କାରଣରୁ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲିଙ୍କ କ୍ରିକେଟ୍ ଟୁର୍‌ରେ ମଧ୍ୟ ଯାଉନାହାଁନ୍ତି ବୋଲି ମଧ୍ୟ କୁହାଯାଇଛି। ଅନୁଷ୍କାଙ୍କ ଗର୍ଭବତୀ ହେବା ଖବର ସେହି ସମୟରେ ସାମ୍ନାକୁ ଆସିଲା ଯେତେବେଳେ ସେ ମୁମ୍ବାଇର ଏକ ମ୍ୟାଟରନିଟି କ୍ଲିନିକ୍ ବାହାରେ ଦେଖିବାକୁ ମିଳିଲେ। ସେହି ସମୟରେ ଫଟୋ ନ ନେବାକୁ ସେ ପାପାରାଜିଙ୍କୁ ଅନୁରୋଧ କରିଥିଲେ।

ପାପାରାଜିଙ୍କ କହିବା କଥା, ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଏ ବିଷୟରେ ଖୁବ ଶୀଘ୍ର ଘୋଷଣା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଅନୁଷ୍କାଙ୍କ ଗର୍ଭଧାରଣକୁ ନେଇ ଚର୍ଚ୍ଚା ଦୀର୍ଘ ଦିନ ହେବ ରେଡିଟ୍‌ରେ ଚାଲିଛି। ଅଗଷ୍ଟରେ ପ୍ରଥମ ଥର ପାଇଁ ଅନୁଷ୍କାଙ୍କ ଗର୍ଭଧାରଣ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା।

Leave A Reply

Your email address will not be published.