ଆହୁରି ସହଜ ହେଲା ଜଗା ଦର୍ଶନ

ଭୁବନେଶ୍ୱର: ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ ହେବ ସହଜ। ରାଜ୍ୟର ସବୁ ଜିଲା ମୁଖ୍ୟାଳୟରୁ ପୁରୀ ଯାଏ ଜଗନ୍ନାଥଙ୍କ ଦର୍ଶନକୁ ସୁବିଧାଜନକ କରିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ। ଲକ୍ଷ୍ମୀ ତୃତୀୟ ଟିୟରରେ ଗଡିବ ଜଗନ୍ନାଥ ଏକ୍ସପ୍ରେସ।

ଏସି ଡିଲକ୍ସ ଲକଜୁରିଅସ ବସରେ ଶ୍ରଦ୍ଧାଳୁ ଜିଲା ମୁଖ୍ୟାଳୟରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଫେରିପାରିବେ। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲାରେ ଏହି ସେବା ଆରମ୍ଭ ହେବ। ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ ସେବାର ଉଦଘାଟନ କରିବେ। ସବୁ ବସ ଭୁବନେଶ୍ୱର ଦେଇ ଯିବ।

ଲକ୍ଷ୍ମୀ ଯୋଜନାର ପ୍ରଥମ ଟିୟରରେ ଗାଁରୁ ବ୍ଲକକୁ ବସ ଯାତୟତ କରୁଛି। ଦ୍ବିତୀୟ ଟିୟର ବ୍ଲକରୁ ହେଡକ୍ଵାର୍ଟର ଓ ତୃତୀୟ ଟିୟର ଜଗନ୍ନାଥ ଏକ୍ସପ୍ରେସ ଜିଲ୍ଲା ହେଡକ୍ଵାର୍ଟରରୁ ପୁରୀକୁ ଗଡ଼ିବ ।

Leave A Reply

Your email address will not be published.