ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେଇ ତୃତୀୟ ବିବାହ କଲେ ସୋଏବ

ପାକିସ୍ତାନୀ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ ପୁଣି ଥରେ ବିବାହ କରିଛନ୍ତି। ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେବା ଚର୍ଚ୍ଚା ଭିତରେ ପୁଣି ବିବାହ କରିଥିବା ନେଇ ସୋଏବ ନିଜେ ସୂଚନା ଦେଇଛନ୍ତି। ବିବାହର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏହି ପାକିସ୍ତାନୀ ଖେଳାଳି। ସୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ବିବାହ କରିଛନ୍ତି। ସନାଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ। ସନା ଜାବେଦ ୨୦୨୦ରେ ଉମାୟର ଜସୱାଲଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ସମ୍ପର୍କ ଠିକ୍‍ ଚାଲିନଥିବାରୁ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ ସନା।

ବୁଧବାର ସାନିଆ ମିର୍ଜା ସୋସିଆଲ ମିଡ଼ିଆରେ ଏଭଳି ଏକ ପୋଷ୍ଟ କରିଥିଲେ ଯେଉଁଥିରୁ ଜଣାପଡିଥିଲା ତାଙ୍କର ଛାଡପତ୍ର ଖବର ସତ୍ୟ। ସାନିଆ ଲେଖିଥିଲେ ଯେ ବିବାହ କଷ୍ଟକର, ଛାଡପତ୍ର ବି କଷ୍ଟକର। ଜୀବନ କେବେବି ସହଜ ନୁହେଁ। ସବୁବବେଳେ କଷ୍ଟକର ରହିବ। କିନ୍ତୁ ଆମକୁ ସବୁବେଳେ ଚେଷ୍ଟା କରି ବଞ୍ଚିବାକୁ ପଡିବ।

ସୋଏବ ପ୍ରଥମେ ୨୦୦୨ରେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ। ତାଙ୍କୁ ଛାଡ଼ପତ୍ର ଦେବା ପରେ ୨୦୧୦ରେ ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ।

Leave A Reply

Your email address will not be published.