ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଆଠମଲ୍ଲିକ ଏନଏସିର ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ହୋତାଙ୍କ ସମେତ ଅନୁଗୋଳ, ଆଠମଲ୍ଲିକ ଓ ପରଜଙ୍ଗ ନିର୍ବାଚନମଣ୍ଡଳୀର ବିଭିନ୍ନ ଦଳର କର୍ମୀଙ୍କୁ ଆମ ଦଳରେ ସ୍ୱାଗତ କଲି । ଦେଶର ଅଦ୍ୱିତୀୟ ଜନନେତା ପ୍ରଧାନମନ୍ତ୍ରୀ @narendramodi ଙ୍କ ସେବା ଓ ଲୋକକଲ୍ୟାଣର ଗ୍ୟାରେଣ୍ଟି ଉପରେ ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ । ଆପଣ ମାନଙ୍କ ଯୋଗଦାନ ଦଳର ସାଂଗଠନିକ ସ୍ଥିତିକୁ ମଜଭୂତ୍ କରିବ ।

ଫିର୍ ଏକ୍ ବାର୍- ମୋଦୀ ସରକାର
ସବକା ସାଥ୍-ସବକା ବିକାଶ-ସବକା ବିଶ୍ୱାସ ଓ ସବକା ପ୍ରୟାସ ମନ୍ତ୍ରରେ ପରିଚାଳିତ ମୋଦଜୀଙ୍କ ସୁଶାସନର କେନ୍ଦ୍ରବିନ୍ଦୁରେ ଗରିବ, ମହିଳା, ଅନ୍ନଦାତା ଓ ଯୁବକଙ୍କ ବିକାଶର କଥା ଅଛି । ଦେଶରେ ପୁଣି ଥରେ ମୋଦୀ ସରକାର ଆସିବ ବୋଲି ବିରୋଧୀମାନେ ସ୍ୱୀକାର କରୁଛନ୍ତି । ଦେଶବାସୀଙ୍କ ଆସ୍ଥାର ପ୍ରତୀକ ହୋଇଥିବା ମୋଦୀ ଓଡ଼ିଶା ସମେତ ସମଗ୍ର ଭାରତ ବର୍ଷର ହଜାର ହଜାର ବର୍ଷର ସଂସ୍କୃତି, ଅସ୍ମିତା ଓ ଗୌରବକୁ ପୁନର୍ଜୀବିତ କରୁଛନ୍ତି । ବଡ ସ୍ୱପ୍ନ ଦେଖିବା ପାଇଁ ଦେଶବାସୀଙ୍କୁ ତାଙ୍କର ଆହ୍ୱାନ ଦେଶ ପ୍ରତି ଥିବା ତାଙ୍କର ଦାୟିତ୍ୱବୋଧତାକୁ ଦର୍ଶାଉଛି ।
