ନୁଡଲ୍ସ ପ୍ୟାକେଟରୁ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା, ମୁମ୍ବାଇ ଏୟାରପୋର୍ଟରୁ ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ: ନୁଡଲ୍ସ ପ୍ୟାକେଟରୁ ବାହାରିଲା ହୀରା । ମୁମ୍ବାଇ ଏୟାରପୋର୍ଟରୁ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ କରିଛି କଷ୍ଟମ୍ ବିଭାଗ । ମୁମ୍ବାଇ କଷ୍ଟମ୍ସ ଅଧିକାରୀ ୬.୪୬ କୋଟି ଟଙ୍କା ସୁନା ଓ ହୀରା ଜବତ କରି ଏପ୍ରିଲ ୧୯ ରୁ ୨୧ ତାରିଖ ମଧ୍ୟରେ ଚାରି ଜଣଙ୍କୁ ଗିରଫ କରିଛି।

ମୁମ୍ବାଇ ଛତ୍ରପତୀ ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏହି ହୀରା ଏବଂ ସୁନା ଜବତ କରିଛି ମୁମ୍ବାଇ କଷ୍ଟମ୍ ବିଭାଗ । ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ ନୁଡଲ୍ସ ପ୍ୟାକେଟରେ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ କରାଯାଇଛି । ସେହିପରି ୬ କେଜି ୮ ଶହ ଗ୍ରାମର ସୁନା ଜବତ ହୋଇଛି । ମୋଟ ୬ କୋଟି ୪୬ ଲକ୍ଷ କୋଟି ଟଙ୍କାର ହୀରା ଓ ସୁନା ଜବତ କରିଛି କଷ୍ଟମ୍ ବିଭାଗ । ଏହି ମାମଲାରେ କଷ୍ଟମ୍ ବିଭାଗ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

କଲମ୍ବୋରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଜଣେ ବିଦେଶୀ ନାଗରିକଙ୍କୁ ୨୪ କ୍ୟାରେଟ ସୁନା ବାର ଏବଂ ଏକ କଟ୍ ପିସ୍ ନେବା ବେଳେ ଧରାପଡିଥିଲା। ଯାହାର ମୋଟ ଓଜନ ୩୨୧ ଗ୍ରାମ ଥିଲା। ତେବେ ଏହା ବିଦେଶୀ ନାଗରିକ ନିଜର ଅନ୍ତଃବସ୍ତ୍ର ଭିତରେ ଲୁଚାଇ ରଖିଥିଲେ।

Leave A Reply

Your email address will not be published.