ନୂଆଦିଲ୍ଲୀ: ପୁଣି ନିରାଶ ହେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ନିର୍ବାଚନ ପ୍ରଚାର ପାଇଁ ଜେଲରୁ ବାହାରକୁ ଆସିବାକୁ ନେଇ ଜାମିନ ଆବେଦନ କରିଥିଲେ ହେମନ୍ତ । ହେଲେ ହେମନ୍ତ ସୋରେନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ସୋମବାର ହେବାକୁ ଥିବା ଜାମିନ ଆବେଦନ ଶୁଣାଣି ସହିତ ଏହି ମାମଲାର ପ୍ରସଙ୍ଗ ଉଠାନ୍ତୁ ।
ସୋରେନ୍ କହିଛନ୍ତି ଯେ, ହାଇକୋର୍ଟ ଏହି ନିର୍ଦ୍ଦେଶକୁ ସଂରକ୍ଷିତ ରଖିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଘୋଷଣା କରିନାହାଁନ୍ତି । ତେବେ ସୋମବାର ଜାମିନ ଆବେଦନ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।