ସମ୍ବଲପୁର ରେ ଲୋକସଭା ବାଚସ୍ପତି ଓମ ର୍ବିର୍ଲା
*ବିକଶିତ ଭାରତ ପାଇଁ ଡବଲ ଇଞ୍ଜିନ ମାଧ୍ୟମ ରେ ବିକଶିତ ଓଡିଶା ଜରୁରୀ* – ଓମ ବିର୍ଲା
ସମ୍ବଲପୁର ତା ୧୫/୫ – ଦେଶରେ ଗଣତନ୍ତ୍ର ର ମହାପର୍ବ ସାଧାରଣ ନିର୍ବାଚନ ଚାଲୁଛି । ଯେଉଁ ଯେଉଁ ଅଞ୍ଚଳରେ ଭୋଟ ତାରିଖ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗୁଛି । ଓଡିଶା ଗସ୍ତ ରେ କେନ୍ଦ୍ର ନେତୃତ୍ୱ ଙ୍କ ତୁଫାନୀ ଗସ୍ତ ବିଜେପି ପ୍ରାର୍ଥୀ କାର୍ଯ୍ୟକର୍ତ୍ତା ସମର୍ଥକ ଙ୍କୁ ଉତ୍ସାହିତ କରୁଛି । ଏଥିରେ ପଛେଇ ନାହିଁ ସମ୍ବଲପୁର ର ନିର୍ବାଚନୀ ମାହୋଲ ଓ ବାତାବରଣ । ଆସନ୍ତା ୨୫ ରେ ହେବ ସମ୍ବଲପୁର ଲୋକସଭା ର ନିର୍ବାଚନ । ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମ୍ବଲପୁର ଲୋକସଭା ଅଞ୍ଚଳରେ ଜାତୀୟସ୍ତରର ନେତାଙ୍କ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।
ଆଜି ଏହି ମର୍ମ ରେ ସ୍ଥାନୀୟ କ୍ଷେତରାଜପୁର ର ଦୁର୍ଗାମାଙ୍ଗଲମ ମଣ୍ଡପ ଠାରେ ବିକଶିତ ଭାରତ ଅଭିଯାନ ପକ୍ଷରୁ ମିଶନ୍ ଫର୍ ନେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଲୋକସଭା ବାଚସ୍ପତି ଓମ ବିର୍ଲା ସାମିଲ ହୋଇଥିଲେ । ବିଜୟ କେଡିଆ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ମ୍ରୁଦଲା ଠାକୁର ପ୍ରଧାନ ସମ୍ବଲପୁର କୁ ଦେଶର ଏକ ପ୍ରମୁଖ ସହର ଭାବେ ବିକଶିତ କରିବା ପାଇଁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ । ମୋଦି ତ୍ରୁତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନ ହେବ ବୋଲି କହିଥିଲେ ।
କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ସମ୍ବଲପୁର ରେ ହନୁମାନ ଶୋଭାଯାତ୍ରା କାହିଁକି କରିବାକୁ ଅନୁମତି ଦିଆଗଲା ନାହିଁ ବୋଲି ପ୍ରଶାସନ କୁ ପ୍ରଶ୍ନ କରିଥିଲେ । ବିନା ଦୋଷରେ ହନୁମାନ ଭକ୍ତମାନଙ୍କୁ ଜେଲରେ ଭରି ଦିଆଗଲା । ମୁଁ ଥିଲେ ଉଚିତ୍ ଜବାବ ଦେଇଥାନ୍ତି କେତେ ଦୋଷୀଙ୍କ ମୁଣ୍ଡ ଗଡି ଥାନ୍ତା ବୋଲି କହିଥିଲେ ।

କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଓମ ବିର୍ଲା ତାଙ୍କର ଓଜସ୍ୱୀ ଅଭିଭାଷଣ ରେ କହିଥିଲେ ଯେ…
ଅପାର ସମ୍ଭାବନା ର ରାଜ୍ୟ ଓଡ଼ିଶା ରେ ବିକାଶ ର ଯଥେଷ୍ଟ ସମ୍ଭାବନା ରହିଛି ତେବେ ରାଜ୍ୟ ସରକାର ୨୫ ବର୍ଷ କାଳ ଧରି ଶାସନ ରେ ରହି ସୁଦ୍ଧା ଲୋକଙ୍କ ପାଇଁ କିଛି କରିନାହାନ୍ତି । ଭାଜପା ବିକଶିତ ଓଡ଼ିଶା ତିଆରି ସଂକଳ୍ପ ନେଇଛି, କାରଣ ବିକଶିତ ଭାରତ ର ପରିକଳ୍ପନା କୁ ସଫଳ କରିବା ପାଇଁ ଓଡିଶା ବିକଶିତ ହେବାର ଆବଶ୍ୟକତା ରହିଛି । ମୋଦୀ ଜୀ ଙ୍କ ନେତୃତ୍ୱ ରେ ୧୦ ବର୍ଷ ରେ ଦେଶ ତିବ୍ର ଗତିରେ ଆଗକୁ ବଢିଛି । ଆଗରୁ ବିକଶିତ ଦେଶ ଉପରେ ଆମେ ନିର୍ଭର କରୁଥିଲୁ କିନ୍ତୁ, ଏବେ ବିଦେଶକୁ ଟେକ୍ନୋଲୋଜି ପ୍ରଦାନ କରୁଛି । ସାରା ବିଶ୍ବ ରେ ଭାରତୀୟ ଲୋକେ ନିଜର କାର୍ଯ୍ୟକୁଶଳୀ ପ୍ରତିଭା କୁ ପ୍ରଦର୍ଶିତ କରୁଛନ୍ତି । ଜି୨୦ରେ ବିଶ୍ବକୁ ଭାରତର ଭାଷା ସାହିତ୍ୟ କଳା ସଂସ୍କୃତି ପରମ୍ପରା ଐତିହ କୁ ଆଗକୁ ଅଣାଯାଇଥିଲା । ମୋଦୀ ଜୀ ଙ୍କ ନେତୃତ୍ୱ ରେ ଚାଲିଥିବା ବିଜେପି ସରକାର ପାଇଁ ଦେଶର ସୁରକ୍ଷା ସର୍ବ ପ୍ରଥମ ରହିଛି । ଶହ ଶହ ବର୍ଷ ଧରି ଦେଶ ମୋଗଲ ଓ ଇଂରେଜ ଶାସନ ଅଧୀନ ରେ ରହିଥିଲା । ଦେଶର ସମସ୍ତ କ୍ଷେତ୍ର ରେ ତାଙ୍କର ସଂସ୍କୃତି ର ପ୍ରଭାବ ବିସ୍ତାର ହୋଇଥିଲା । ହେଲେ ଆମେ ବିଦେଶୀ ସଂସ୍କୃତି କୁ ଦୁରକରି ରାମମନ୍ଦିର ନିର୍ମାଣ କରିଛୁ । ଆମ ସରକାର ରେ ସମ୍ବଧାନ ଦିବସ ପାଲନ କରାଯାଉଛି, ସାଧାରଣ ଲୋକ ସମ୍ବଧାନକୁ ଜାଣିବାକୁ ପାଇଛନ୍ତି । ଆଗରୁ ଖେଲଣା, ମୋବାଇଲ ବି ବିଦେଶରୁ ଆସୁଥିଲା, ଏବେ ଦେଶରେ ତିଆରି ହେଉଛି ଓ ବିଦେଶ କୁ ରପ୍ତାନି ହେଉଛି । ଓଡ଼ିଶା ରେ ରାଜ୍ୟ ସରକାର ଲୋକଙ୍କ ପାଇଁ କିଛି କରିନାହିଁ, ସେଥିପାଇଁ ଯୁବକ ମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଭଳି ଜଣେ ଦକ୍ଷ ଓ ପ୍ରତିଭାଶାଳୀ ବ୍ୟକ୍ତି କୁ ଆପଣ ସାଂସଦ ପ୍ରାର୍ଥୀ ଭାବେ ପାଇଛନ୍ତି । ଉଜ୍ବଲା ଯୋଜନା ଓ ନୂତନ ଶିକ୍ଷା ନୀତି ଭଳି ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ପରିଯୋଜନା ର ଗୁରୁଦାୟିତ୍ୱ ପ୍ରଧାନମନ୍ତ୍ରୀ ମୋଦୀ ଜୀ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି, ଯାହାକୁ କି ଧର୍ମେନ୍ଦ୍ର ପ୍ରଧାନ ନିଜର ପରିଶ୍ରମ, ଦୁରଦୃଷ୍ଟି, କାର୍ଯ୍ୟଦକ୍ଷତା ଓ ବୁଦ୍ଧିମାତ୍ତା ଯୋଗୁଁ ସଫଳ କରି ପାରିଛନ୍ତି ।

କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପତ୍ନୀ ମ୍ରୁଦଲା ଠାକୁର ପ୍ରଧାନ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ସୁପ୍ରିତି ମିଶ୍ର ପରିଚାଳନା କରିଥିଲେ । ଏହା ପୁର୍ବରୁ କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରୀ ଏସ.ଜୟ ଶଙ୍କର ମଧ୍ୟ ସମ୍ବଲପୁର ଗସ୍ତ ରେ ଆସି ଏକ ବୁଦ୍ଧିଜୀବୀ ସମ୍ମିଲନୀ ରେ ଯୋଗ ଦେଇଥିଲେ ।
ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦେବା ପୂର୍ବରୁ ଓମ ବିର୍ଲା ମାଁ ସମଲେଶ୍ୱରୀ ଙ୍କ ମନ୍ଦିର ଯାଇ ପୂଜାର୍ଚନା କରିଥିଲେ। ପରେ ଭଗବାନ ପର୍ଶୁରାମ ଓ ଆଗ୍ରସେନ ଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରିଥିଲେ ।