ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ ପାରଦ। ପଶ୍ଚିମରେ ଅସମ୍ଭାଳ ତାତି ଉପକୂଳରେ ଅସହ୍ୟ ଗୁଳୁଗୁଳି। ଉପକୂଳ ଓଡିଶାରେ ଆହୁରି ବଢିବ ତାତିର ପ୍ରକୋପ। ଆଜି ଏବଂ ଆସନ୍ତାକାଲି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର, ଓ ନୂଆପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟୱେଭ କଣ୍ଡିସନ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ତେବେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ଗରମ ଅନୁଭୂତ ହେଉଥିବା ବେଳେ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ବିଜୁଳି ଘଡଘଡି ସହ ବର୍ଷା ଓ ଝଡତୋଫାନ ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଅନ୍ୟପଟେ ମେ ୩୧ରୁ ଜୁନ ୧ ତାରିଖ ସୁଦ୍ଧା ସଠିକ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛି ବିଭାଗ। ମୌସୁମୀ ବାୟୁ କେରଳ ଆସିବା ନେଇ ପାଗ ଅନୁକୂଳ ରହିଛି।

କେରଳରେ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ତାହା ସ୍ପଷ୍ଟ ହେବ। ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁଛି।

Leave A Reply

Your email address will not be published.