ବିପିଏସସି ପରୀକ୍ଷା ରଦ୍ଦ ମାମଲା: ପାଟନାରେ ହଙ୍ଗାମା-ପୋଡ଼ାଜଳା, ପୋଲିସ ହେପାଜତରେ ପପ୍ପୁ ଯାଦବ

ନୂଆଦିଲ୍ଲୀ: ବିପିଏସସି ଆଶାୟୀଙ୍କ ସମର୍ଥନରେ ବାହାରିଛନ୍ତି ବିହାର ପୂର୍ଣ୍ଣିଆର ସ୍ବାଧୀନ ସାଂସଦ ପପ୍ପୁ ଯାଦବ। ବିପିଏସସି ଆଶାୟୀଙ୍କ ସମର୍ଥନରେ ସେ ବିହାର ବନ୍ଦ ଘୋଷଣା କରିଛନ୍ତି। ଏମିତିକି ତାଙ୍କ ସମର୍ଥକମାନେ ଆଶାୟୀମାନଙ୍କ ସହ ମିଶି ବିହାରର ଭିନ୍ନ ଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବିକ୍ଷୋଭ ସମୟରେ ଅନେକ ସ୍ଥାନରେ ପୋଡ଼ାଜଳା ମଧ୍ୟ ହୋଇଛି। ଏହି କାରଣରୁ ପପ୍ପୁ ଯାଦବଙ୍କୁ ପୋଲିସ ହେପାଜତକୁ ନିଆଯାଇଛି।

Comments (0)
Add Comment