ନୂଆଦିଲ୍ଲୀ: ବିପିଏସସି ଆଶାୟୀଙ୍କ ସମର୍ଥନରେ ବାହାରିଛନ୍ତି ବିହାର ପୂର୍ଣ୍ଣିଆର ସ୍ବାଧୀନ ସାଂସଦ ପପ୍ପୁ ଯାଦବ। ବିପିଏସସି ଆଶାୟୀଙ୍କ ସମର୍ଥନରେ ସେ ବିହାର ବନ୍ଦ ଘୋଷଣା କରିଛନ୍ତି। ଏମିତିକି ତାଙ୍କ ସମର୍ଥକମାନେ ଆଶାୟୀମାନଙ୍କ ସହ ମିଶି ବିହାରର ଭିନ୍ନ ଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବିକ୍ଷୋଭ ସମୟରେ ଅନେକ ସ୍ଥାନରେ ପୋଡ଼ାଜଳା ମଧ୍ୟ ହୋଇଛି। ଏହି କାରଣରୁ ପପ୍ପୁ ଯାଦବଙ୍କୁ ପୋଲିସ ହେପାଜତକୁ ନିଆଯାଇଛି।
ସେହିଭଳି ପ୍ରଶାନ୍ତ କିଶୋର ବିଜେପିର ସବୁଠୁ ବଡ଼ ଦଲାଲ ବୋଲି ପପୁ କହିଛନ୍ତି। ସେ କହିଛନ୍ତି, ଏହି ଆଶାୟୀ ମାନଙ୍କ ପାଇଁ ପ୍ରଶାନ୍ତ କିଶୋର ମଧ୍ୟ ଆନ୍ଦୋଳନ କରିଥିଲେ।
ପ୍ରକାଶ ଥାଉକି ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ୭୦ତମ ବିପିଏସସି ପ୍ରିଲିମ୍ସ ପରୀକ୍ଷା ହୋଇଥିଲା। ରାଜଧାନୀ ପାଟନାର ଏକ ସେଣ୍ଟରରେ ପରୀକ୍ଷା ରଦ୍ଦ ହୋଇଥିଲା। ଏହା ପରେ ଅସନ୍ତୁଷ୍ଟ ଆଶାୟୀ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ କରି ଏହି ପରୀକ୍ଷାକୁ ରଦ୍ଦ କରିବାକୁ ଦାବି କରୁଛନ୍ତି।