ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ୧ ଏବଂ ୨ ଅର୍ଥାତ୍ ପି.କେ ମିଶ୍ର ଏବଂ ଶକ୍ତିକାନ୍ତ ଦାସ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବରେ ନିଯୁକ୍ତ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିବେ। ସେ ଶୁକ୍ରବାର କେନ୍ଦୁଝରର ଘଟଗାଁ ମା ତାରିଣୀ ମନ୍ଦିରରେ ପୂଜା କରିବେ।

ଅପରପକ୍ଷରେ ପି.କେ ମିଶ୍ର ଶୁକ୍ରବାର ରାଜ୍ୟରେ ପହଞ୍ଚିବେ ବୋଲି ସୂତ୍ରରୁ ଜଣାପଡିଛି।

Comments (0)
Add Comment