ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ୧ ଏବଂ ୨ ଅର୍ଥାତ୍ ପି.କେ ମିଶ୍ର ଏବଂ ଶକ୍ତିକାନ୍ତ ଦାସ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବରେ ନିଯୁକ୍ତ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିବେ। ସେ ଶୁକ୍ରବାର କେନ୍ଦୁଝରର ଘଟଗାଁ ମା ତାରିଣୀ ମନ୍ଦିରରେ ପୂଜା କରିବେ।
ଅପରପକ୍ଷରେ ପି.କେ ମିଶ୍ର ଶୁକ୍ରବାର ରାଜ୍ୟରେ ପହଞ୍ଚିବେ ବୋଲି ସୂତ୍ରରୁ ଜଣାପଡିଛି।