ଟିମ ଇଣ୍ଡିଆ ରାଜନୀତିରେ ଫସିଗଲେ କି ନାୟାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏପ୍ରିଲ ୧୭ରେ ଟିମ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟାରଙ୍କୁ ତାଙ୍କ ପଦରୁ ହଟେଇ ଦେଇଛି । ତାଙ୍କ ବ୍ୟତୀତ ଫିଲ୍ଡିଂ କୋଚ ଟି ଦିଲୀପ, ଟ୍ରେନର ସୋହମ ଦେଶାଇଙ୍କୁ ବିିସିସିଆଇ ବାହାର କରିଦେଇଛି । ୮ ମାସ ତଳେ ଅଭିଷେକଙ୍କୁ ନିଯୁକ୍ତ କରାଯାଇଥିଲା । ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ୦-୩ରେ, ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ୧-୩ରେ ପରାଜିତ ହୋଇଥିଲା । ତେବେ ଭାରତର ଖରାପ ପ୍ରଦର୍ଶନ ଅପେକ୍ଷା ଟିମ ମଧ୍ୟରେ ଚାଲିଥିବା ମତଭେଦ ଯୋଗୁ ବିଚାରା ନାୟାର ବଳି ପଡିଛନ୍ତି । ସୀତାଂଶୁ କୋଟାକଙ୍କୁ ଅତିରିକ୍ତ ବ୍ୟାଟିଂ କୋଚ ଭାବେ ନିଯୁକ୍ତ କରାଯିବା ପରଠାରୁ ନାୟାରଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲିବା ଆରମ୍ଭ ହୋଇଥିଲା ।

ଅଷ୍ଟ୍ରେଲିଆ ଗସ୍ତ ପରେ ବିସିସିଆଇର ପ୍ରମୁଖ ଅଧିକାରୀଙ୍କୁ ନେଇ ବୈଠକ ବସିଥିଲା । ଏହି ବୈଠକରେ ନାୟାରଙ୍କ ଉପସ୍ଥିତି ଡ୍ରେସିଂ ରୁମରେ ବୀପରୀତ ପ୍ରଭାବ ପଡୁଛି ବୋଲି ସେମାନେ ଆଶଙ୍କା କରିଥିଲେ । ମୂଖ୍ୟ କୋଚ ଗୌତମ ଗମ୍ଭୀର ପ୍ରଥମରୁ ନାୟାରଙ୍କୁ ପସନ୍ଦ କରୁ ନ ଥିଲେ । ଉଭୟ ଏହା ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ପାଇଁ ଏକତ୍ର କାମ କରିଥିଲେ । ଅପରପକ୍ଷରେ ନାୟାର ଓ ଦିଲୀପ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ବିଶ୍ୱାସଯୋଗ୍ୟ ସାଥୀ ଭାବେ ପରିଗଣିତ । ରୋହିତ ଓ ଗମ୍ଭୀରଙ୍କ ଭିତିରିଆ ବିବାଦ ନାୟାରଙ୍କୁ ବଳି ପକାଇଲା ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.