ମୁମ୍ବାଇ: ସାଉଥର ସୁପରଷ୍ଟାର ପୱନ କଲ୍ୟାଣ ଓ ବବି ଦେଓଲଙ୍କ ବହୁ ପ୍ରତୀକ୍ଷିତ ହରି ହର ବୀର ମଲ୍ଲୁ ଫିଲ୍ମ ଏବେ ବାରମ୍ବାର ରିଲିଜ ତାରିଖ ଘୁଂଚିବା ନେଇ ଚର୍ଚ୍ଚାରେ ରହିଛି । ୧୩ ଥର ରିଲିଜ ତାରିଖ ଘୁଂଚିବା ଯୋଗୁ ପ୍ରଶଂସକମାନେ ମଧ୍ୟ ହତାଶ ହୋଇ ପଡିଲେଣି । ୨୦୨୦ ପରଠାରୁ ଏହି ଫିଲ୍ମର ରିଲିଜ ତାରିଖ ଘୁଂଚିବାରେ ଲାଗିଛି । ଏପରିକି ପ୍ରଶଂସକମାନେ ଏହାକୁ ଓଟିଟିରେ ରିଲିଜ କରିବାକୁ ମଧ୍ୟ ମେକର୍ସଙ୍କୁ ଅନୁରୋଧ କରିଛନ୍ତି । ଏହି ବିଗ ବଜେଟ ଐତିହାସିକ ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଥିଲା । ଏଥିରେ ପୱନ କଲ୍ୟାଣଙ୍କ ବ୍ୟତୀତ ବବି ଦେଓଲ, ନିଧି ଅଗ୍ରୱାଲଙ୍କ ପରି କଳାକାର ଅଭିନୟ କରୁଛନ୍ତି । ଚଳିତ ବର୍ଷ ମେରେ ଏହା ରିଲିଜ ହେବ ବୋଲି ସ୍ଥିର ହୋଇଛି ।
ଫିଲ୍ମର ପ୍ରି ଲୁକ ପୋଷ୍ଟର ୨୦୨୦ରେ ରିଲିଜ ହୋଇଥିଲା । ଏହା ପରେ ପ୍ରଥମ ଗ୍ଲିମ୍ପସ ମାର୍ଚ୍ଚ ୨୦୨୧ରେ, ଦ୍ୱିତୀୟ ଗ୍ଲିମ୍ପସ ସେପ୍ଟମ୍ବର ୨୦୨୨ରେ ରିଲିଜ ହୋଇଥିଲା । ସଂକ୍ରାନ୍ତି ୨୦୨୨ରେ ଏହା ଥିଏଟରରେ ପଡିବ ବୋଲି ଘୋଷଣା ହୋଇଥିଲା । ପରେ ଏହାକୁ ୨୦୨୩କୁ ଘୁଂଚାଇ ଦିଆଯାଇଥିଲା । ମାର୍ଚ୍ଚ ୨୦୨୪ରେ ଟିଜର ରିଲିଜ ହୋଇଥିଲା । ୨୦୨୪ରେ ପୂନର୍ବାର ଏହାର ଦୁଇ ଥର ରିଲିଜ ତାରିଖ ଘୁଂଚିଥିଲା । ଚଳିତ ବର୍ଷ ଜାନୁୟାରୀ ୧୭, ଫେବୃୟାରୀ ୨୪ରେ ମଧ୍ୟ ଏହାର ରିଲିଜ ତାରିଖ ଘୋଷଣା କରାଯାଇଥିଲା । କଣ ପାଇଁ ମେକର୍ସ ଏହାକୁ ବାରମ୍ବାର ଘୁଂଚାଉଛନ୍ତି ତାର ସ୍ପଷ୍ଟ କାରଣ ଜଣା ପଡୁ ନାହିଁ ।