ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଅନେକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାରି ଭିତରେ ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର‘ମୋ ବସ୍’ରେ ଯାତ୍ରା କରି ସମୀକ୍ଷା କରିଛନ୍ତି। ଆଜି ସକାଳେ ମନ୍ତ୍ରୀ ମୋ ବସ୍ରେ ଯାତ୍ରା କରିଥିଲେ। ମନ୍ତ୍ରୀ ମୋ ବସ୍ରେ ଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ପରି ନିଜ ପାଇଁ ମୋ ବସ୍ରେ ଟିକେଟ୍ କାଟିଛନ୍ତି ଓ ସାଧାରଣ ଜନତାଙ୍କଠୁ ମୋ ବସ୍ ବିଷୟରେ ପ୍ରତିକ୍ରିୟା ନେଇଛନ୍ତି । ନାଗରିକଙ୍କ ଆବଶ୍ୟକତାକୁ ଆଧାର କରି ବସ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ଇ-ବସ ଯୋଜନାରେ ଆଉ ୪ ଶହ ବସ ଆସୁଛି। ଭୁବନେଶ୍ୱର ଏବଂ କଟକ ପାଇଁ ୧୦୦ ଲେଖାଏ ବସ୍ ରହିବ। ସମ୍ବଲପୁର, ବ୍ରହ୍ମପୁର ସହର ପାଇଁ ୫୦ଟି ଇ-ବସ୍ ଯୋଗ କରାଯିବ। ଟ୍ରାଫିକ୍ ସମସ୍ୟା, ଦୁର୍ଘଟଣା ଆଦି ପ୍ରସଙ୍ଗକୁ ଗୁରୁତ୍ୱ ସହ ନିଆଯିବ। ଲକ୍ଷ୍ମୀ ବସ୍ର ନାମ ଓ ରଙ୍ଗ ବଦଳିବା ପ୍ରସଙ୍ଗରେ ସେ କହିଛନ୍ତି ପ୍ରଥମେ ମୋ ବସର ବ୍ୟବସ୍ଥା ବଦଳିବ ତା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୋ ବସର ନାମ ଓ ରଙ୍ଗ ବଦଳିବ । ଲୋକଙ୍କ ଦାବି ଅଛି ବସ୍ ସେବା ଚାଲୁ ରହୁ ଏବଂ ଅଧିକ ବସ୍ ଚାଲୁ। ତେଣୁ ବସ୍ ସେବା ଜାରି ରହିବ ଏବଂ ଅଧିକ ବସ୍ ଚାଲିବ।