ମୋଦି ଓ ପୁଟିନଙ୍କ ଭେଟଘାଟ; ନିନ୍ଦା କଲେ ୟୁକ୍ରେନ୍ ରାଷ୍ଟ୍ରପତି

ମସ୍କୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ଯାହାକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ପୁଟିନଙ୍କ ସାକ୍ଷାତକୁ ନିନ୍ଦା କରିଛନ୍ତି।

ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, ୟୁକ୍ରେନରେ ଆଜି ୩୭ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ତିନିଜଣ ଶିଶୁ ରହିଥିବା ବେଳେ ୧୭୦ ଜଣ ଆହତ ହୋଇଛନ୍ତି। ଯେଉଁ ସମୟରେ ରୁଷିଆ କ୍ରମାଗତ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଛି, ସେହି ସମୟରେ ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ନେତା ସେଠାକୁ ଯାଇ ବିଶ୍ୱର ସବୁଠାରୁ ବଡ ଅପରାଧୀଙ୍କୁ ଆଲିଙ୍ଗନ କରିଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା।

ଉଲ୍ଲେଖଯୋଗ୍ୟ, ସୋମବାର ମସ୍କୋରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଷ୍ଟ୍ରପତି ପୁଟିନ୍, ମୋଦିଙ୍କୁ ଭବ୍ୟ ସ୍ବାଗତ ସହ ଫୋଛୋଟି ନେଇଥିଲେ । ଏହାପରେ ରାଷ୍ଟ୍ରପତି ଭବନରେ ରାତ୍ରିଭୋଜନରେ ଏକାଠି ହୋଇଥିଲେ ଦୁଇ ନେତା ।ଏହି ଗସ୍ତରେ ଉଭୟ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ଯ ହୋଇଥିଲା।

Leave A Reply

Your email address will not be published.