ଜଗନ୍ନାଥଙ୍କ ପାଇଁ ବଞ୍ଚିଗଲା ଟ୍ରମ୍ପଙ୍କ ଜୀବନ: ଇସ୍କନ ଉପ ସଭାପତି

ନୂଆଦିଲ୍ଲୀ: ରବିବାର ପେନସିଲଭିନିଆରେ ହୋଇଥିବା ଗୁଳିମାଡ଼ରେ ଅଳ୍ପକେ ବର୍ତ୍ତିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ। ସେ ଜଗନ୍ନାଥଙ୍କ କୃପାରୁ ବର୍ତ୍ତି ଯାଇଛନ୍ତି ବୋଲି କହିଛନ୍ତି ଇସ୍କନର ଜଣେ ସାଧୁ। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏହି ଟ୍ୱିଟ୍ ଏବେ ପୁରା ଦୁନିଆର ଧ୍ୟାନ ଆକର୍ଷଣ କରିଛି ।

ଟ୍ୱିଟ୍ ଅନୁଯାୟୀ, ୪୮ ବର୍ଷ ତଳେ ନ୍ୟୁୟର୍କରେ ପ୍ରଥମ ରଥଯାତ୍ରା ଆୟୋଜନ ବେଳେ ଟ୍ରମ୍ପ ଯେଉଁ ସାହାଯ୍ୟ କରିଥିଲେ ତା’ର ଫଳ ଏବେ ସିଏ ପାଇଛନ୍ତି।ଏହା ସବୁ ପ୍ରଭୁ ଜଗନ୍ନାଥଙ୍କ ଲୀଳାଖେଳା। ଜଗନ୍ନାଥଙ୍କ କୃପାରୁ ବନ୍ଧୁକରୁ ବାହାରିଥିବା ଗୁଳିଟି ତାଙ୍କ କାନ ପାଖ ଦେଇ ଚାଲି ଯାଇଥିଲା। ଏହା ଏକ ଚମତ୍କାରଠୁ କମ୍‌ ନୁହେଁ ବୋଲି କହିଛନ୍ତି ଇସ୍କନ କୋଲକାତାର ଉପସଭାପତି ତଥା‌ ପ୍ରବକ୍ତା ରାଧାରମଣ ଦାସ।

୧୯୭୬ ମସିହାରେ ନ୍ୟୁୟର୍କରେ ଯେତେବେଳେ ପ୍ରଥମ ରଥଯାତ୍ରା ଆୟୋଜନ ହେବାକୁ ଯାଉଥିଲା, ସେତେବେଳେ ରଥ ନିର୍ମାଣ ପାଇଁ ସ୍ଥାନ ମିଳୁନଥିଲା ।ପ୍ରାୟ ସବୁ ଧନୀ ବ୍ୟକ୍ତି ରଥ ନିର୍ମାଣ ପାଇଁ ନିଜ ଜାଗା ଦେବାକୁ ମନା କରିଦେଇଥିଲେ। ଏହି ସମୟରେ ଟ୍ରମ୍ପ ସାହାଯ୍ୟ କରିଥିଲେ। ଆଉ ରଥ ନିର୍ମାଣ ପାଇଁ ଜାଗା ଦେଇଥିଲେ।

Leave A Reply

Your email address will not be published.