ଭୁବନେଶ୍ୱର: ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ଜାତୀୟ ରାଜପଥ ୧୬ରେ ଗଞ୍ଜେଇ ଚାଲାଣକାରୀ-ପୋଲିସ ଗୋଡ଼ାଗୋଡ଼ି ।
ଭୁବନେଶ୍ୱରର ପୋଲିସ କମିଶନର- କଟକ ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ସ୍ପେଶାଲ କ୍ରାଇମ ୟୁନିଟ୍ (ଏସସିୟୁ) ସୋମବାର ଦିନ ସେମାନଙ୍କୁ ଧରିବା ପାଇଁ ଜାତୀୟ ରାଜପଥ ୧୬ର ପିତାପାଲ୍ଲୀ ଏବଂ ଜାଆଁଲା ମଧ୍ୟରେ ତିନିଟି ଦଳ ରଖାଯାଇଥିଲା।
ଏହା ବ୍ୟତୀତ ଅପରାଧରେ ବ୍ୟବହୃତ ଗାଡି ଜବତ କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ତେବେ ଏଥିରେ ଇଣ୍ଟର-ଷ୍ଟେଟ୍ ଲିଙ୍କ ଅଛି କି ନାହିଁ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।