ନୂଆ ସଂସଦ ଭବନ ଉଦଘାଟନ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲେ ଗୁଲାମ ନବୀ, କହିଲେ ୩୫ ବର୍ଷ ପୂର୍ବରୁ ମୁଁ ଦେଖିଥିଲି ସ୍ବପ୍ନ

ମେ’୨୮ ରବିବାର ଦେଶର ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଉଦଘାଟନ ହେବାକୁ ଯାଉଛି। ଏହି ସମାରୋହକୁ କଂଗ୍ରେସ ଏବଂ ସମାନ ବିଚାରଧାରାର ଦଳ ବିରୋଧ କରୁଛନ୍ତି। ତାଙ୍କ ବିରୋଧ ଉପରେ, ବର୍ତ୍ତମାନ କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ବିରୋଧୀ ଦଳର ଏହି ନୀତିକୁ ସମାଲୋଚନା କରିଛନ୍ତି।

ଆଜାଦ କହିଛନ୍ତି, ବିରୋଧୀ ଦଳ କାହିଁକି ପାଟିତୁଣ୍ଡ କରୁଛନ୍ତି ମୁଁ ବୁଝିପାରୁ ନାହିଁ, ଯେତେବେଳେ ଦେଶ ଏକ ନୂତନ ସଂସଦ ପାଇଛି ସେତେବେଳେ ସେମାନେ ଖୁସି ହେବା ଉଚିତ। ସେ ଆହୁି ମଧ୍ୟ କହିଛନ୍ତି, ଯଦି ମୁଁ ଦିଲ୍ଲୀରେ ଥାଆନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ନୂତନ ସଂସଦ ଗୃହର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତି। ରେକର୍ଡ ସମୟରେ ଏକ ନୂତନ ସଂସଦ ଗଠନ ପାଇଁ ବିରୋଧୀମାନେ ସରକାରଙ୍କୁ ପ୍ରଶଂସା କରିବା ଉଚିତ, ଯେତେବେଳେ ସେମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି। ବିରୋଧୀ ଏହାକୁ ବହିଷ୍କାର କରିଥିବାରୁ ମୁଁ ଏହାକୁ ବିରୋଧ କରୁଛି।
ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଯେତେବେଳେ ସେ ନରସିଂହ ରାଓଙ୍କ ସରକାରରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ଥିଲେ, ସେତେବେଳେ ସେ ଏକ ନୂତନ ସଂସଦ ଗଠନ କରିବାର ସ୍ବପ୍ନ ଦେଖିଥିଲେ। ସେ କହିଛନ୍ତି ମୁଁ ଏକ ନୂତନ ସଂସଦ ଗଠନ ବିଷୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସହ ଆଲୋଚନା କରିଥିଲି, ଏକ ନକ୍ସା ମଧ୍ୟ ତିଆରି କରିଥିଲି କିନ୍ତୁ ସେତେବେଳେ ଆମେ ତାହା କରିପାରିଲୁ ନାହିଁ।

ସେ କହିଛନ୍ତି ଯେ ଦେଶର ସ୍ବାଧୀନତା ପରେ ଦେଶର ଜନସଂଖ୍ୟା ୫ ଗୁଣ ଅଧିକ ବୃଦ୍ଧି ପାଇଛି ଏବଂ ସେହି ଅନୁଯାୟୀ ପ୍ରତିନଧିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗୁଲାମ ନବୀ ଆଜାଦ କହିଛନ୍ତି, ସେଥିପାଇଁ ନୂତନ ସଂସଦ ଭବନ ନିର୍ମାଣ କରିବାକୁ ପଡ଼ିଲା ।

Leave A Reply

Your email address will not be published.