ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣା: ଆଉ ୨ ଗିରଫ

ଭୁବନେଶ୍ବର: ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣାରେ ଆଉ ୨ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ। କେନ୍ଦ୍ରାପଡା ଓ ମୟୂରଭଞ୍ଜ ଜିଲ୍ଲାରେ ଚଢ଼ାଇ କରି ଏହି ୨ ଜଣଙ୍କୁ ଧରିଲା ପୋଲିସ। ଉକ୍ତ ଅଂଚଳରେ ସୁଧ କାରବାର କରୁଥିବା କୌଣସି ବ୍ୟକ୍ତିଙ୍କୁ ଛଡ଼ା ଯିବନାହିଁ ବୋଲି ଚେତାବନୀ ଦେଲେ ଡିସିପି ପ୍ରତୀକ ସିଂ।

ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ସୁଧ କାରବାରକୁ ନେଇ ପଦ୍ମକେଶରୀପୁରରେ ବୋମା ମାଡ ସାଙ୍ଗକୁ ହିଂସା ହୋଇଥିଲା । ଉକ୍ତ ଘଟଣାରେ ସାମିଲ୍ ଥିବା ବା ସେହି ଅଞ୍ଚଳରେ ସୁଧ କାରବାର କରୁଥିବା ବ୍ୟକ୍ତିଙ୍କର ତାଲିକା ପ୍ରସ୍ତୁତ କରି ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଲାଗି ପଡିଛି। ତେବେ ଅଭିଯୁକ୍ତକୁ ଗିରଫ କରିବା ପାଇଁ କେନ୍ଦ୍ରାପଡା, ମୟୁରଭଞ୍ଜରେ ପୋଲିସ ଚଢାଉ କରିଥିଲା ପୋଲିସ । ସେହି ମାମଲାରେ ଆଜି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସେହି ଦୁଇ ଜଣ ହେଉଛନ୍ତି ସୁବ୍ରତ ଦାସ ଏବଂ ତ୍ରିବେନ୍ଦ୍ର ଦାସ। ସେପଟେ ଉକ୍ତ ମାମଲାରେ ଅଧିକ ତଦନ୍ତ ଜାରି ରଖିଛି କମିଶନରେଟ୍ ପୋଲିସ।

ସୂଚନାଯୋଗ୍ୟ ଯେ, ସୁଧ କାରବାର ଓ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୂର୍ବରୁ ୪ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପ୍ରଭାତ ଦାସ, କାହ୍ନୁ ଦାସ, ସାଜନ ଦାସ ଓ ଇନ୍ଦ୍ରାଣୀ ଦାସ । ଉକ୍ତ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୋଲିସ । ଗାଁରେ ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା କହିଛନ୍ତି ଡିସିପି ପ୍ରତୀକ ସିଂ ।

Leave A Reply

Your email address will not be published.