ଓଡିଶାର ୱେଟଲିଫ୍ଟର ପ୍ରୀତିସ୍ମିତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଡିସେମ୍ବର ୨୬ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଛି । ଏଥିରେ ଯୁବ ପ୍ରତିଭାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନୀତ କରିଥିଲେ । ଓଡିଶାର ଉଦୀୟମାନ ୱେଟଲିଫ୍ଟର ପ୍ରୀତିସ୍ମିତା ଭୋଇ ମଧ୍ୟ ଏହି ପୁରସ୍କାର ପାଇଛନ୍ତି ।

ଢ଼େଙ୍କାନାଳର ଏହି ୧୫ ବର୍ଷୀୟା ୱେଟଲିଫ୍ଟର ପ୍ରଥମ ଭାରତୀୟ ଭାବେ କ୍ଲିନ ଏବଂ ଜର୍କ ବିଭାଗରେ ବିଶ୍ୱରେକର୍ଡ ସ୍ଥାପନ କରିଥିଲେ । ସେ ଆଇଡବ୍ଲ୍ୟୁଏଫ ୱାର୍ଲ୍ଡ ୟୁଇ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିିତିବା ସହ ଏହି କୀର୍ତିମାନ ସ୍ଥାପନ କରିଥିଲେ । ସେ ୭୬ କେଜିର ଭାର ଉଠାଇଥିଲେ ।

ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ମଧ୍ୟ ପ୍ରିତିସ୍ମିତା ରୌପ୍ୟ ପଦକ ହାସଲ କରିଥିଲେ । ଓଭରାଲ ୧୪ ରାଜ୍ୟର ୧୭ ଯୁବ ପ୍ରତିଭାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ୭ଟି ବିଭାଗରେ ଏହି ପୁରସ୍କାର ଦିଆ ଯାଇଥିଲା । ପ୍ରୀତିସ୍ମିତାଙ୍କୁ ପଦକ, ସାର୍ଟିଫିକେଟ ଏବଂ ଏକ ବୁକଲେଟ ପ୍ରଦାନ କରାଯାଇଥିଲା । ବିଭିନ୍ନ ମହଲରୁ ପ୍ରୀତିସ୍ମିତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.