ଜଳୁଛି ବାଂଲାଦେଶ; ସୁଟ୍-ଅନ-ସାଇଟ୍ ନିର୍ଦ୍ଦେଶ ଦେଲେ ସରକାର

ଢାକା : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେଉଛି। ବିକ୍ଷୋଭକାରୀଙ୍କୁ  “ସୁଟ୍-ଆଟ୍-ସାଇଟ୍” ବା ଦେଖିବା ମାତ୍ରକେ ଗୁଳି ଆଦେଶ ଜାରି ହୋଇଛି।

ଚାକିରି କୋଟା ଉପରେ ନିୟମ କରିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରସ୍ତୁତ କରୁଥିବା ବେଳେ ଦେଶବ୍ୟାପୀ ଚାଲିଛି ଆନ୍ଦୋଳନ। ତେବେ ଏଯାବତ ୧୩୩ ଜଣଙ୍କ ମୃତ୍ୟୁ ଓ ୨୫ଶହରୁ ଅଧିକ ଆହତ ହୋଇଛନ୍ତି ।

ବାଂଲାଦେଶର ବିଭିନ୍ନ ସହରରେ ସ୍ଥିତି ବେକାବୁ ହୋଇଛି। ରାଷ୍ଟ୍ରବ୍ୟାପୀ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ କୋଲକାତା ଓ ଢ଼ାକା ମଧ୍ୟରେ ଟ୍ରେନ ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ।

କାହିଁକି ହେଉଛି ବିରୋଧ?

ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ନିଆଁରେ ଏବେ ସମଗ୍ର ଦେଶ ଜଳୁଛି। ୧୯୭୧ ମସିହାରେ ଯେଉଁମାନେ ପାକିସ୍ତାନରୁ ସ୍ୱାଧୀନତା ପାଇଁ ଲଢିଥିଲେ ସେମାନଙ୍କୁ ମୁକ୍ତି ଯୋଦ୍ଧା କୁହାଯାଏ। ସରକାର ଏହି ସଂଗ୍ରାମୀଙ୍କ ସନ୍ତାନଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ସୁବିଧା କଥା ଘୋଷଣା କରିଥିଲେ । ଯାହାକୁ ନେଇ ସେଠାରେ ବିରୋଧ କରାଯାଉଛି ।

ବାଂଲାଦେଶରେ ସରକାରୀ ଚାକିରିରେ ୫୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ବାକି ୪୪ ପ୍ରତିଶତ ଚାକିରି ମେରିଟ୍ ଆଧାରରେ ମିଳିଥାଏ । ତେବେ ବାଂଲାଦେଶରେ ହିନ୍ଦୁମାନଙ୍କ ପାଇଁ କୌଣସି ପୃଥକ ସଂରକ୍ଷଣ ବ୍ୟବସ୍ଥା ନାହିଁ।

Leave A Reply

Your email address will not be published.