ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ହେଲେ ସାଂସଦ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ବ ଦେଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା l ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ହେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା l ତେବେ ଗଠନ ହୋଇଥିବା କମିଟିରେ ଲୋକସଭାରୁ ୧୫ ଜଣ ଓ ରାଜ୍ୟସଭାରୁ ୭ ଜଣ ସଦସ୍ୟ ମନୋନୀତ ହୋଇଛନ୍ତି l ଏହି କମିଟି ଗତ ୧୪ ତାରିଖରୁ ନିଜ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଆସନ୍ତା ବର୍ଷ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ।

ତେବେ ଲୋକସଭାରୁ ଏହି କମିଟିର ସଦସ୍ୟ ହୋଇଥିବା ସାଂସଦ ମାନଙ୍କ ମଧ୍ୟରେ ଅଛନ୍ତି ବୈଜୟନ୍ତ ପଣ୍ଡା, ତାରିକ ଅନୱାର, ସୁଦୀପ ବନ୍ଦୋପାଧ୍ୟାୟ, ଆର.କେ ଚୌଧୁରୀ, ଚନ୍ଦ୍ରପ୍ରକାଶ ଯୋଶୀ, କାନିମୋଝୀ କରୁଣାନିଧି, କୌଶଳେନ୍ଦ୍ର କୁମାର, ଶଙ୍କର ଲାଲୱାନୀ, ପୁନମବେନ ହେମଥଭାଇ ମାଡାମ, ବି. ୱାଇ ରାଘବେନ୍ଦ୍ର, ମୁକେଶ ରାଜପୁତ, ସୁଖଜିନ୍ଦର ସିଂହ ରାନ୍ଧୱା, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, କୁଡିକୁନିଲ୍‌ ସୁରେଶ, ପ୍ରଭାକର ରେଡ୍ଡି ଭମରେଡ୍ଡି ପ୍ରମୁଖ ରହିଛନ୍ତି l

ସେହିପରି ରାଜ୍ୟସଭାରୁ କମିଟିକୁ ମନୋନୀତ ହୋଇଥିବା ୭ ସଦସ୍ୟ ହେଉଛନ୍ତି, ନୀରଜ ଡାଙ୍ଗି, ମିଲିନ୍ଦ ମୁରଲି ଦୋରା, ନାରୟଣ ଦାସଗୁପ୍ତା, ଭଗୱତ କରାଡ଼, ସୁରେନ୍ଦ୍ର ସିଂହ ନାଗର, ବିଜେଡି ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଓ ଅରୁଣ ସିଂହ।

Leave A Reply

Your email address will not be published.