ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ମୁଖ୍ୟ ରାଜୀବ କୁମାର ।
୨୦୧୪ ପରଠାରୁ ଜମ୍ମୁରେ ବନ୍ଦ ଥିଲା ନିର୍ବାଚନ । ୩୭୦ ଧାରା ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁରେ ନିର୍ବାଚନ ହେବାକୁ ଥିବା ବେଳେ ଏହା ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ତାରିଖରେ ମୋଟ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ସେହିପରି ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଅର୍ଥାତ୍ ଅକ୍ଟୋବର ୧ରେ ଭୋଟ୍ ଗ୍ରହଣ କରାଯିବ । ଏହାପରେ ଉଭୟ ରାଜ୍ୟରେ ଅକ୍ଟୋବର ୪ରେ ଭୋଟ ଗଣତି ପ୍ରକ୍ରିୟା ହେବ ।
ଯାହାକୁ ନେଇ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ନିର୍ବାଚନ କମିଶନ । ଆଜି ଏନେଇ ବିଧିବଧ୍ଧ ଭାବେରେ ତାରିଖ ଘୋଷଣା କରାଯାଇଛି । ଏନେଇ ଇସି କହିଛନ୍ତି, ଅଗଷ୍ଟ ୨୦ ସୁଦ୍ଧା ସଂପୂର୍ଣ୍ଣ ଭୋଟର ତାଲିକା ବାହାରିଯିବ । ଏଥର ପାଖାପାଖି ୮୭ ଲକ୍ଷ ଭୋଟର ଭୋଟ ଦାନ କରିପାରନ୍ତି ବୋଲି ଆକଳନ କରିଛନ୍ତି ଇସିଆଇ ।