କୋଲକାତା ଲଜ୍ଜା: ଇ-ଟ୍ବେଣ୍ଟିଫୋର ଡାକ୍ତରଖାନାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ପୁରୀ: ଆର. ଜି. କର ମେଡିକାଲ କଲେଜରେ ଳଜ୍ଜାକୁ ନେଇ ଏବେ ତେଜିଛି ପୂରା ଦେଶ । ପୂରା ଦେଶର ଡାକ୍ତରମାନେ ଏକ ଜାତୀୟ ସ୍ତରରେ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ ସେବା ବନ୍ଦ କରି ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦେବା ସହ ଡାକ୍ତରମାନଙ୍କୁ କାମ ବେଳେ ସୁରକ୍ଷା ପ୍ରଦାନ ପାଇଁ ଦାବି କରିଛନ୍ତି । ଏହାକୁ ନେଇ ପୁରୀ E-24 ଡାକ୍ତର ଖାନା ସମ୍ମୁଖରେ ଡାକ୍ତରଖାନାର ମୁଖ୍ୟ ନିର୍ଦ୍ଦେଶିକା, ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବା ସହିତ ମହମବତୀ ଲଗାଇ ଶାନ୍ତି ପ୍ରାର୍ଥନା କରାଯାଇଥିଲା ।

ତେବେ ଏହାକୁ ନେଇ ହସ୍ପିଟାଲର ଡାକ୍ତମାନେ କହିଛନ୍ତି, ପଶ୍ଚିମବଙ୍ଗ ଆର. ଜି. କର ମେଡିକାଲ କଲେଜରେ ଯାହା ଘଟିଲା ତାହା ଭାରତକୁ ଆଚମ୍ବିତ କରିଦେଇଛି । ଏହାକୁ  ନେଇ କିଏ ମଧ୍ୟ ସୁରକ୍ଷିତ ଅନୁଭବ କରି ପାରୁନାହାନ୍ତି। ସାରା ସମାଜରେ କାର୍ଯ୍ୟରେ ନିଯୁକ୍ତି ଥିବା ପ୍ରତିଟି ମହିଳାମାନଙ୍କ ମଧ୍ୟରେ ଏକ କୋପ ସୃଷ୍ଟି ହୋଇଛି ଏବଂ ସମସ୍ତ ମହିଳା ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।
ଏହାକୁ ନେଇ ସେମାନେ ଆଇଏମଏର ଆହ୍ୱାନ ସହିତ ଅନାବଶ୍ୟକ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକଳାପ ବନ୍ଦ ରହିବ ବୋଲି କହିଛନ୍ତି । କେବଳ  ଜରୁରୀକାଳୀନ ସେବା ଜାରି ରହିବ ବୋଲି କହିଛନ୍ତି।
Leave A Reply

Your email address will not be published.