ମୋହନ ସରକାରଙ୍କ ପ୍ରଥମ ବଜେଟ୍, ଧାର୍ଯ୍ୟ ଏମଏସପି ଠାରୁ ମିଳିବ ୮ଶହ ଟଙ୍କା ଅଧିକ

ଭୁବନେଶ୍ବର: ଆଜି ରାଜ୍ୟ ବଜେଟ୍ । କ୍ଷମତାକୁ ଆସିବା ପରେ ଏହା ବିଜେପି ସରକାରର ପ୍ରଥମ ବଜେଟ୍ । ଏନେଇ ବିକଶିତ ଓଡିଶା ପାଇଁ ବଜେଟ୍ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଚଳିତ ବର୍ଷ ମୋଟ ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ଅଟକଳ ବ୍ୟୟବରାଦ ରହିଛି ।

ବଜେଟ୍ ଉପସ୍ଥାପନା ଆରମ୍ଭରୁ ହିଁ ଏହk ବିକଶିତ ଓଡିଶା ପାଇଁ ବଜେଟ୍ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହିତ ବିଜେପି ସରକାରର ପ୍ରଥମ ବଜେଟରେ ମହିଳା, ଯୁବକ, ଗରିବ ଓ କୃଷକମାନଙ୍କୁ ଅଧିକ ପ୍ରାଥମିକତା ଦିଆଯାଇଛି । ଏହାରି ଭିତରେ କୃଷକ ଭାଇଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ କ୍ଷମତାକୁ ଆସିବା ପରେ ଧାନର ସର୍ବନିମ୍ନ ମୂଲ୍ୟକୁ ୩୧୦୦ ଟଙ୍କା କରିଥିବା ବେଳେ ଆଜି ବଜେଟରେ ଏହାକୁ ଆହୁରି ୮୦୦ ଟଙ୍କା ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଗତଥର ଅପେକ୍ଷା ଏଥର କୃଷି କ୍ଷେତ୍ର ପାଇଁ ବଜେଟରେ ବ୍ୟାପକ ଅନୁଦାନ ମିଳିଛି । କୃଷିପାଇଁ ମୋଟ ୩୩ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଗତବର୍ଷ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଥିଲା ।
Leave A Reply

Your email address will not be published.