ଅକ୍ଷୟଙ୍କୁ ଠକିଛନ୍ତି କି ପ୍ରଯୋଜକ, କାହିଁକି କହିଲେ ଏମିତି

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ନିକଟରେ ସ୍ୱୀକାର କରିଛନ୍ତି ଯେ କିଛି ନିର୍ମାତା ଏପର୍ଯ୍ୟନ୍ତ ତାଙ୍କ ଦେୟ ପ୍ରଦାନ କରିନାହାଁନ୍ତି। ଅକ୍ଷୟ କୁମାରଙ୍କ ନାମ ଇଣ୍ଡଷ୍ଟ୍ରିରେ ଅଧିକ ପେମେଣ୍ଟ ନେଉଥିବା ଅଭିନେତା ମାନଙ୍କ ମଧ୍ୟରେ ସାମିଲ। କିନ୍ତୁ ସେ କହିଛନ୍ତି ଯେ କିଛି ନିର୍ମାତା ଏପର୍ଯ୍ୟନ୍ତ ତାଙ୍କର ପେମେଣ୍ଟ ପ୍ରଦାନ କରିନାହାଁନ୍ତି ଏବଂ ମୋତେ ଲାଗୁଛି ଯେ ମୋତେ ଠକିଛନ୍ତି। ସରଫିରା ଅଭିନେତା କହିଛନ୍ତି ଯେ ବର୍ତ୍ତମାନ ମୁଁ ଏଭଳି ନିର୍ମାତାଙ୍କୁ ବିଶ୍ୱାସ କରେ ନାହିଁ।

ଏକ ସାକ୍ଷାତକାରରେ ଅକ୍ଷୟଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣଙ୍କୁ ବ୍ୟବସାୟରେ କେବେ କେହି ଠକିଛନ୍ତି କି?ଉତ୍ତରରେ କାହାର ନାମ ନ ନେଇ ଅକ୍ଷୟ କହିଥିଲେ ଯେ,କାମ କରିବା ପରେ କିଛି ପ୍ରଯୋଜକ ଟଙ୍କା ଦିଅନ୍ତି ନାହିଁ। ଏହା ଠକାମୀ। କିନ୍ତୁ ମୁଁ ସେମାନଙ୍କୁ କିଛି ନକହି ସେମାନଙ୍କଠାରୁ ଦୂରେଇ ଯାଏ।”

ତେବେ ଅକ୍ଷୟ ବର୍ତ୍ତମାନ ତାଙ୍କ ଫ୍ଲପ୍ ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅକ୍ଷୟ ଏହି ବର୍ଷ ଆରମ୍ଭରେ ବଡେ ମିଆଁ ଛୋଟେ ମିଆଁରେ ଏବଂ ଏହି ମାସ ଆରମ୍ଭରେ ସରଫିରାରେ ତାଙ୍କୁ ଦେଖିବାକୁ ମିଳିଥିଲା। ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସରେ ଆଶାନୁରୂପ ପ୍ରଦର୍ଶନ କରିନଥିଲା। ବଡେ ମିଆଁ ଛୋଟେ ମିଆଁ ୫୯.୧୭ କୋଟି ଟଙ୍କା ଆୟ କରିଥିବାବେଳେ ସରଫିରା ଏପର୍ଯ୍ୟନ୍ତ ୧୭.୮୫ କୋଟି ଟଙ୍କା ରୋଜଗାର କରିଛି।

Leave A Reply

Your email address will not be published.